ଚେନ୍ନାଇରେ ୬ ଦାଦନ ଶ୍ରମିକ ଅଟକ: ଉଦ୍ଧାର ଲାଗି ଭିଡିଓ ଜରିଆରେ କଲେ ନିବେଦନ

Advertisment
ଚେନ୍ନାଇରେ ୬ ଦାଦନ ଶ୍ରମିକ ଅଟକ: ଉଦ୍ଧାର ଲାଗି ଭିଡିଓ ଜରିଆରେ କଲେ ନିବେଦନ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ଭୁଏରମୁଣ୍ଡା ଗ୍ରାମର ୬ଜଣ ଯୁବକ ଅର୍ଥ ରୋଜଗାର ଆଶାରେ ଦାଦନ ଶ୍ରମିକ ଭାବେ ଚେନ୍ନାଇ ସହରର ଏକ ଘରୋଇ କମ୍ପାନିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ତେବେ କମ୍ପାନି ମାଲିକଙ୍କ ଦ୍ୱାରା ନିର୍ଯାତନା ଶିକାର ହେଉଥିବା ନେଇ ଏକ ଭିଡିଓ ଜରିଆରେ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ଭୁଏରମୁଣ୍ଡା ଗ୍ରାମର ଦୀନବନ୍ଧୁ ସାହୁ (୨୨), ଶକ୍ତି ସାହୁ(୧୯), ସମୀର ସାହୁ(୧୮), ଅମୀର ସାହୁ(୧୯), ତୁମେଶ୍ୱର ସାହୁ(୧୮) ଓ ସମୀର ସାହୁ(୨୧) ଗତ ମଇ ମାସରେ ତାମିଲନାଡ଼ୁର ଚେନ୍ନାଇ ସହରର ଟିଇସି ନାମକ ଏକ ଘରୋଇ କମ୍ପାନିରେ କାମ କରିବାକୁ ଯାଇଥିଲେ। ଏନେଇ କଳାହାଣ୍ଡି ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ମଣ୍ଡଳଙ୍କୁ ଯୋଗାଯୋଗ କରାଯିବାରୁ ଉଦ୍ଧାର ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe