ଦଶମ ସମେଟିଭ୍-୨ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ: ୬ଜଣଙ୍କୁ ରାତିଅଧିଆ ଉଠାଇ ଆଣିଲା କେସିଙ୍ଗା ପୁଲିସ

Advertisment
ଦଶମ ସମେଟିଭ୍-୨ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ: ୬ଜଣଙ୍କୁ ରାତିଅଧିଆ ଉଠାଇ ଆଣିଲା କେସିଙ୍ଗା ପୁଲିସ

ରୁପ୍ରା: ଦଶମ ସମେଟିଭ୍-୨ ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷାରେ ସ୍ଵଚ୍ଛତା ଆଣିବାକୁ ତଥା କପି ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ପୁଲିସ ଜାଣିବାକୁ ପାଇଛି । ଫଳରେ କିଛି ଅସାଧୁ ବ୍ୟକ୍ତି ମାନଙ୍କ ସହଯୋଗ କ୍ରମେ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ପଶିବା ପୂର୍ବରୁ ପ୍ରଶ୍ନପତ୍ର ଜାଣିପାରୁଛି, ଏଥିପାଇଁ ଉତ୍ତର ପ୍ରସ୍ତୁତି ନିମନ୍ତେ ଜେରସ୍କ ଦୋକାନମାନଙ୍କରେ ଭିଡ଼ ଜମୁଥିବା ନେଇ ପୁଲିସ୍ କୌଣସି ସୂତ୍ରରୁ ସୂଚନା ପାଇବା ପରେ ଏହାର ତଦନ୍ତ ପାଇଁ ପୁଲିସ୍ ଅଧିକାରୀଙ୍କ ମଧ୍ୟରେ ବିଚାର ବିମର୍ଶ ଲାଗି ରହିଥିଲା।

ପୂର୍ବରୁ ହୋଇଥିବା ବିଭିନ୍ନ ବିଷୟର ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ଘଟଣାରେ ରୁପ୍ରା ଗ୍ରାମର କିଛି ବ୍ୟକ୍ତିଙ୍କ ଉପରେ ପୁଲିସ ନଜର ରଖିଥିବା ବେଳେ ରାତିଅଧିଆ କେସିଙ୍ଗା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ କେସିଙ୍ଗା ଥାନାଧିକାରୀ, ନର୍ଲା ଥାନାଧିକାରୀ, ପଲମ ଫାଣ୍ଡି ଅଧିକାରୀ , ଉତ୍କେଲା ଫାଣ୍ଡି ଅଧିକାରୀ ତଥା ପୁଲିସ୍ କର୍ମଚାରୀ ରାତି ଅଧିଆ ଚଢାଉ କରି ୬ଜଣଙ୍କୁ ଉଠାଇଆଣିବା ସହ ତଦନ୍ତ ନିମନ୍ତେ କେସିଙ୍ଗା ଥାନାରେ ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe