ଆମପାଣି ଘାଟିରେ ଯାତ୍ରୀବାହୀ ବସ୍-କଣ୍ଟେନର୍ ମୁହାଁମୁହିଁ ଧକ୍କା: ୨ ଆହତ

Advertisment
ଆମପାଣି ଘାଟିରେ ଯାତ୍ରୀବାହୀ ବସ୍-କଣ୍ଟେନର୍ ମୁହାଁମୁହିଁ ଧକ୍କା: ୨ ଆହତ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଘାଟିରେ ୨୬ ନମ୍ବର ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍ ଓ କଣ୍ଟେନର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବାର ଖବର ମିଳିଛି। ଏହି ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ବେଳେ ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡ଼ିଛି। ୨ ଆହତଙ୍କୁ କୋକସରା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ବସଟି ହାଇଦ୍ରାବାଦରୁ କଲମପୁର ଆସୁଥିବା ବେଳେ ଆଜି ସକାଳେ ଆମପାଣି ଘାଟି ରାସ୍ତାରେ ବିପରୀତ ଦିଗରୁ ଆସୁଥିବା କଣ୍ଟେନର୍ ସହ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବସର କଣ୍ଡକ୍ଟର ଓ କଣ୍ଟେନରର ଡ୍ରାଇଭର ଆହତ ହୋଇଛନ୍ତି। ଦୁଇ ଆହତଙ୍କୁ ୧୦୮ ଆମ୍ବୁଲାନ୍ସରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ପ୍ରାଥମିକ ଚିକିତ୍ସା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe