କର୍ଲାମୁଣ୍ଡା ବ୍ଲକ ସମ୍ମନ୍ନିତ ଶିଶୁ ବିକାଶ ଯୋଜନା; ୮ଟି  ଅଙ୍ଗନବାଡ଼ି କେନ୍ଦ୍ରର  ନିର୍ମାଣ କାର୍ଯ୍ୟ ସରିବାର ନାଁ ଧରୁନି

Advertisment

 ସରକାର ଗର୍ଭବତୀ, ପ୍ରସୂତୀ,ଶିଶୁ ,କିଶୋରୀ ବାଳିକାମାନଙ୍କୁ ଉତ୍ତମ ସେବା ଓ  ପରାମର୍ଶ ଯୋଗେଇବା ଉଦେଶ୍ୟରେ ଆବଶ୍ୟକ ମୁତାବକ ପ୍ରତ୍ୟେକ ଗାଁରେ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି କରାଯାଇଛି। ତେବେ କେନ୍ଦ୍ର ପରିଚାଳନା ପାଇଁ  ସ୍ଥାୟୀ ଗୃହ ପ୍ରତିବନ୍ଧକ ପାଳଟିଥିବା ଦେଖିବାକୁ ମିଳିଛି।

 ସରକାର ଗର୍ଭବତୀ, ପ୍ରସୂତୀ,ଶିଶୁ ,କିଶୋରୀ ବାଳିକାମାନଙ୍କୁ ଉତ୍ତମ ସେବା ଓ  ପରାମର୍ଶ ଯୋଗେଇବା ଉଦେଶ୍ୟରେ ଆବଶ୍ୟକ ମୁତାବକ ପ୍ରତ୍ୟେକ ଗାଁରେ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି କରାଯାଇଛି। ତେବେ କେନ୍ଦ୍ର ପରିଚାଳନା ପାଇଁ  ସ୍ଥାୟୀ ଗୃହ ପ୍ରତିବନ୍ଧକ ପାଳଟିଥିବା ଦେଖିବାକୁ ମିଳିଛି।

New Project (31)

କର୍ଲାମୁଣ୍ଡା: ସରକାର ଗର୍ଭବତୀ, ପ୍ରସୂତୀ,ଶିଶୁ ,କିଶୋରୀ ବାଳିକାମାନଙ୍କୁ ଉତ୍ତମ ସେବା ଓ  ପରାମର୍ଶ ଯୋଗେଇବା ଉଦେଶ୍ୟରେ ଆବଶ୍ୟକ ମୁତାବକ ପ୍ରତ୍ୟେକ ଗାଁରେ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି କରାଯାଇଛି। ତେବେ କେନ୍ଦ୍ର ପରିଚାଳନା ପାଇଁ  ସ୍ଥାୟୀ ଗୃହ ପ୍ରତିବନ୍ଧକ ପାଳଟିଥିବା ଦେଖିବାକୁ ମିଳିଛି। ଏପରି ପରିସ୍ଥିତି ଏବେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡାରେ ଦେଖିବାକୁ ମିଳିଛି।

ଆଇସିଡିଏସ କାର୍ଯ୍ୟାଳୟରୁ ମିଳିଥିବା ସୂଚନାଅନୁସାରେ, ଏହି ବ୍ଲକରେ ମୋଟ ୭୫ ଟି ଅଙ୍ଗନବାଡ଼ି ରହିଛି। ସେଥି ମଧ୍ୟରୁ ସ୍ଥାୟୀ ଗୃହ ଅଭାଵ ଯୋଗୁ ଵୋରପଦର,ଫଲସାପଡା,ଏକାତରା ଓ ଧରଣୀପଡାରେ ଭଡାରେ ଚାଲିଥିବା ବେଳେ ଅବୁଜବାହାଲ,ସଳନ୍ଦୀମୁଣ୍ଡା ,କାର୍ଣ୍ଣିଖୁଣ୍ଟି, ରାଜପୁର, ଡୁକେରମାଲ ,ବିଜାପାଟି,କୁଶୁର୍ଲା ଆଦି ଗାଁ ମାନଙ୍କରେ ଥିବା ବିଦ୍ୟାଳୟ ଗୁଡିକରେ ଅଙ୍ଗନୱାଡି କେନ୍ଦ୍ର ଚାଲିଛି।

ଠିକ୍‌ ସେହିପରି ୨୦୧୫-୧୬ରେ ଫଲସାପଡ଼ା  ଓ ଧରଣୀପଡାରେ ୨୦୧୭-୧୮ରେ ଏକାତରା, ୨୦୨୦-୨୧ ରେ ବୋରପଦର ଓ ଡୁକେରମାଲ ୨୦୨୪ ରୁ ରାଜପୁର,ବିଜାପାଟି,ସଳନ୍ଦୀମୁଣ୍ଡାଠାରେ ଗାଁ ମାନଙ୍କରେ ଦୀର୍ଘ ବର୍ଷ ରୁ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସମ୍ପୂର୍ଣ୍ଣ ହେବାର ନା ଧରୁନି।ଫଳରେ ଆଇସିଡିଏସ ସେବା ଠିକ ଭାବେ ପରିଚାଳନା ହେବା କଷ୍ଟ କର ହୋଇ ପଡିଛି।

ଏନେଇ ସିଡ଼ିପିଓ କଳ୍ପଳତା ତ୍ରିପାଠୀଙ୍କୁ ପଚାରିବାରୁ କିଛି କେନ୍ଦ୍ରର ନିଜସ୍ଵ ଗୃହ ନ ଥିଲେ ବି ସେବା ଠିକ ଭାବେ ଦିଆଯାଉଛି ବୋଲି କହିବା ସହ ଅସମ୍ପୂର୍ଣ୍ଣ ଗୃହଗୁଡିକ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ବ୍ଲକ ପ୍ରଶାସନ ସହିତ ନିୟମିତ ଆଲୋଚନା କରାଯାଉଛି ବୋଲି କହିଛନ୍ତି। ଏଣୁ ଅସମ୍ପୂର୍ଣ୍ଣ ଗୃହ ଗୁଡ଼ିକ ଶୀଘ୍ର ସମ୍ପୂର୍ଣ୍ଣ କରିବା ଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe