ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ପାଇଁ ସଚେତନତା ସଭା

Advertisment
ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ପାଇଁ ସଚେତନତା ସଭା

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲାର ତେରେସିଙ୍ଗା କୌଶିକ ବାବା ଡିଗ୍ରୀ କଲେଜରେ ଆସନ୍ତାକାଲି ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ଏଥିପାଇଁ ଆଜି କଲେଜ ପରିସରରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟାପକ ସମୀର ପଧାନ ସଭାପତିତ୍ବ କରିଥିବାବେଳେ କର୍ଲାମୁଣ୍ଡା ସିଏଚସିର ବି ପି ଏମ ଅଜିତ ସିଂ କୁମାର, ଜନସ୍ୱାସ୍ଥ୍ୟ ଅଧିକାରୀ କିଶୋର ଦାଶ ଓ ବି ଡି ଏମ ଯୋଗଦେଇ ରକ୍ତଦାନ ଦ୍ୱାରା ହେଉଥିବା ଉପକାର ସମ୍ପର୍କରେ ଆଲୋକପାତ କରିଥିଲେ।

publive-image

ସମ୍ବାଦ ପ୍ରତିନିଧି ଭଜଶ୍ୟାମ ସାହୁ ଯୋଗଦେଇ ସମ୍ବାଦ ଓ ଆମଓଡ଼ିଶା ପକ୍ଷରୁ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଛାତ୍ର କିଶୋର ପଧାନ ସଭା ପରିଚାଳନା କରିଥିବା ବେଳେ ଅଧ୍ୟାପକ ରବି ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଗ୍ରନ୍ଥଗାର ବସନ୍ତ ସାହୁ, ଅଧ୍ୟାପକ କୌସ୍ତୁଭ ସାହୁ, ଭୂପିନ୍ଦର ରଣା, ଚମ୍ପୁଲାଲ ରଣା ଓ ଡୋଳେଶ୍ୱର ରଣା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe