କନ୍ଧମାଳ: କୁଟିଆ ଝିଅଙ୍କ କାନ୍ଧରେ ହାତ ପକାଇ ନାଚିଲେ ବିଡ଼ିଓ, ଭିଡ଼ିଓ ଭାଇରାଲ ପରେ ଆପତ୍ତି ଉଠାଇଲେ ପୂର୍ବତନ ବିଧାୟକ

Advertisment
କନ୍ଧମାଳ: କୁଟିଆ ଝିଅଙ୍କ କାନ୍ଧରେ ହାତ ପକାଇ ନାଚିଲେ ବିଡ଼ିଓ, ଭିଡ଼ିଓ ଭାଇରାଲ ପରେ ଆପତ୍ତି ଉଠାଇଲେ ପୂର୍ବତନ ବିଧାୟକ

ତୁମୁଡିବନ୍ଧ (ସନ୍ତୋଷ ଦାସ): କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକର ବେଲଘର ପଞ୍ଚାୟତରେ ପିଠା କାଯ୍ୟକ୍ରମରେ ସ୍ଥାନୀୟ ବିଡ଼ିଓ ଜୟଦେବ ଦାଶ କୁଟିଆ ଝିଅଙ୍କ କାନ୍ଧରେ ହାତ ପକାଇ ସର୍ବସାଧାରଣ ସ୍ଥାନରେ ନାଚ କରିଛନ୍ତି। ଏହି ନାଚ ସମୟରେ ସ୍ଥାନୀୟ ବିଧାୟକ, ବ୍ଲକ ଅଧକ୍ଷ, ସରପଞ୍ଚ ଓ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ କିନ୍ତୁ ଏହାକୁ କେହି ବାରଣ କରିନଥିଲେ। ଏହି ଭିଡିଓ ଏବେ ଭାଇର ହେବା ପରେ ବାଲିଗୁଡା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ଜଣେ କୁଟିଆ ସମ୍ପ୍ରଦାୟର ବ୍ୟକ୍ତି। ଆମ ମା’ ଓ ଭଉଣୀଙ୍କ ସହ ଏଭଳି କାନ୍ଧ ଓ ଦେହରେ ହାତ ପକାଇ ନାଚ କରିବାର ଅଧିକାର କାହାର ନାହିଁ ବୋଲି ପୂର୍ବତନ ବିଧାୟକ ଅଭିଯୋଗ ଆଣିଛନ୍ତି। ବିଡ଼ିଓଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସେ କହିଛନ୍ତି। ଉପସ୍ଥିତ ଲୋକପ୍ରତିନିଧିଙ୍କୁ ମଧ୍ୟ ସେହି ମାମଲାରେ ସମ୍ପୃକ୍ତ କରାଯାଉ। ପିଠା କାଯ୍ୟକ୍ରମ ନାଁ ରେ ଅଫିସରମାନେ ଅୟସ କରୁଛନ୍ତି।

ସରକାର ମା’କୁ ସମ୍ମାନ କଥା କହୁଛନ୍ତି କିନ୍ତୁ ଏ କି ପ୍ରକାରର ସମ୍ମାନ ବୋଲି ସାଧାରଣରେ ପ୍ରଶ୍ନବାଚୀ ଉଠିଛି। ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବିଡ଼ିଓଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି ହୋଇଛି। ନହେଲେ କୁଟିଆ କନ୍ଧ ସମ୍ପ୍ରଦାୟ ରାଜରାସ୍ତାକୁ ଆସିବାକୁ ବାଧ୍ୟ ହେବ ବୋଲି କହିଛନ୍ତି ଶ୍ରୀ ମାଝୀ। ବିଡ଼ିଓ ଶ୍ରୀ ଦାଶ କହିଛନ୍ତି, ତାଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ। କିଛି ଲୋକ ତାଙ୍କୁ ନାଚ କରିବା ପାଇଁ ଡାକିଥିବାରୁ ସେ ଯାଇ ନାଚ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe