ବଲେରୋ ଧକ୍କାରେ ବାଇକ ଆରୋହୀ ମୃତ

Advertisment
ବଲେରୋ ଧକ୍କାରେ ବାଇକ ଆରୋହୀ ମୃତ

ଭବାନୀପାଟଣା: ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସି˚ଝରନ ଛକ ନିକଟରେ ବଲେରୋ ଧକ୍କାରେ ବାଇକ ଆରୋହୀ ଖଲିଆଭଟା ଗାଁର ଲଙ୍କେଶ୍ବର ଶବରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।
ପୁଲିସ ସୂତ୍ରରୁ ପ୍ରକାଶ, ଜୟପାଟଣା ଥାନା ଖଲିଆଭଟା ଗ୍ରାମର ଲଙ୍କେଶ୍ବର ଶବର(୨୮) ବୁଧବାର ଏକ ହିରୋହୋଣ୍ତା ବାଇକ (ଓଡି ୨୬ -୫୯୮୭)ରେ ଭବାନୀପାଟଣା ଅଭିମୁଖେ ଆସୁଥିବା ବେଳେ ସି˚ଝରନ ଛକ ନିକଟରେ ବିପରୀତ ପଟୁ ଆସୁଥିବା ଏକ ବଲେରୋ (ଓଆର ୦୮ଏଚ୍‌ ୭୦୧୮) ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଲଙ୍କେଶ୍ବରଙ୍କ ମୃତ୍ୟୁ ଘଟିଥିଲା। ବଲେରୋଟି ଭବାନୀପାଟଣା ସହରର ବୋଲି ଜଣାପଡ଼ିଥିବା ବେଳେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ସଦର ଥାନା ଏସ୍ଆଇ ଥବିର ବରିହା ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। ବଲେରୋର ଆଗଚକ ଫାଟି ଯିବାରୁ ଭାରସାମ୍ୟ ହରାଇ ସମ୍ମୁଖରୁ ଆସୁଥିବା ବାଇକକୁ ଧକ୍କା ଦେଇଥିଲା ବୋଲି ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe