ଏନସିଇଆରଟି ପୁସ୍ତକରେ ଭ୍ରମାତ୍ମକ ତଥ୍ୟ, ଛାତ୍ର ବିଜେଡିର ବିକ୍ଷୋଭ

Advertisment
ଏନସିଇଆରଟି ପୁସ୍ତକରେ ଭ୍ରମାତ୍ମକ ତଥ୍ୟ, ଛାତ୍ର ବିଜେଡିର ବିକ୍ଷୋଭ

ଭବାନୀପାଟଣା : ବିଜୁ ଛାତ୍ର ଜନତା ଦଳ କଳାହାଣ୍ଡି ତରଫରୁ ଆଜି ଭବାନୀପାଟଣା କଲେଜ ଛକ ଠାରେ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ବିପକ୍ଷରେ ବିକ୍ଷୋଭ କରାଯାଇଥିଲା ।  ଏନସିଇଆରଟି ଦ୍ବାରା ପଞ୍ଚମ ଶ୍ରେଣୀ ନିମନ୍ତେ ପ୍ରସ୍ତୁତ ପରିବେଶ ବିଜ୍ଞାନ(ଇଭିଏସ୍) ପୁସ୍ତକ ଓ ନବମ ଶ୍ରେଣୀର ଅର୍ଥଶାସ୍ତ୍ରର ଫୁଡ ସିକ୍ୟୁରିଟି ଅଫ୍ ଇଣ୍ଡିଆ ବିଷୟରେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଭୁଲ ତଥ୍ୟ ଦେଇ ଅନାହାର ର ଭୂଖଣ୍ଡ ସ୍ବରୂପ ଚିତ୍ରଣ ଘଟଣା କୁ ନେଇ ଜିଲ୍ଲା ଛାତ୍ର ବିଜେଡି ସଭାପତି ଅବିନାଶ ଠାକୁରଙ୍କ ନେତୄତ୍ୱରେ ତିବ୍ର ପ୍ରତିବାଦ କରା ଯାଇଛି ।ପାଠ୍ୟ ପୁସ୍ତକ ଗୁଡିକରେ କଳାହାଣ୍ଡି ସମ୍ପର୍କରେ ରଚିତ ଅଧ୍ୟାୟ କୁ ଶୀଘ୍ର ପ୍ରତ୍ୟାହାର କରିବା ପାଇଁ ଦାବି କରାଯାଇଛି ।

ଏ ନେଇ ସମସ୍ତ ତଥ୍ୟ ସହ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦଙ୍କ ଜରିଆରେ ପ୍ରେରିତ କରାଯାଇଛି । ଏ ନେଇ ଜିଲ୍ଲାର ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମଧ୍ୟ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ଼ ରମେଶ ପୋଖରିଆଲ୍ ଙ୍କ ସହ ଆଲୋଚନା କରି ବିଭ୍ରାନ୍ତିକର ତଥ୍ୟ କୁ ହଟାଇବା ପାଇଁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ, ମାଗାସେସେ ଆଓ୍ବାଡି ସାମ୍ବାଦିକ ପାଲାଗୁମ୍ମି ସାଇନାଥ ୮୦ ଦଶକରୁ ୯୦ ଦଶକ ମଧ୍ୟରେ ଓଡ଼ିଶା ସମେତ ଭାରତ ର ବିଭିନ୍ନ ପଛୁଆ ଅଞ୍ଚଳ ବୁଲି ପରବର୍ତ୍ତୀ ସମୟରେ 'ଏଭ୍ରିବଡି ଲଭ୍ସ ଏ ଗୁଡ ଡ୍ରଟ' ପୁସ୍ତକ ଲେଖିଥିଲେ ।

ସେହି ପୁସ୍ତକରୁ ଏନସିଆରଟି ଜଣେ ବଣ୍ଡା ଜନଜାତି ର ମହିଳାଙ୍କ ଫଟୋକୁ ପାଠ୍ୟ ପୁସ୍ତକରେ ସ୍ଥାନ ଦେଇଛି ବୋଲି ଅଭିଯୋଗ ଆସିଛି । ବହୁ ପୁରୁଣା ଫଟୋକୁ ଛାପି କଳାହାଣ୍ଡି ର ଦାରିଦ୍ର୍ୟ ଓ ଅନାହାର କୁ ଚିତ୍ରଣ ହୋଇଥିବାରୁ ଫଟୋ କୁ ନେଇ ଏବେ ବିବାଦ ଦେଖାଦେଇଛି । ସିବିଏସସି ଓ ଏନସିଆରଟି ସମସ୍ତ ତଥ୍ୟ ରଖିବାକୁ ଏବେ ଜିଲ୍ଲା ଛାତ୍ର ଜନତା ତରଫରୁ ଦାବି ହୋଇଛି । ଏହି ବିକ୍ଷୋଭ ରେ ଜିଲ୍ଲା ଛାତ୍ର ବିଜେଡି ସଭାପତି ଅବିନାଶ ଠାକୁର, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ଯୁବନେତା ମଣ୍ଟୁ ନାଏକ, ମନିନ୍ଦ୍ର ମହାନ୍ତି, ପୂର୍ବତନ ଛାତ୍ର ସଂସଦ ସଭାପତି ଆଶିଷ ମହାପାତ୍ର, ଅଜିତ ସାହୁ, ଛାତ୍ର ନେତା ଅମରଦୀପ ସିଂହ, ଅଭିଷେକ ମହାପାତ୍ର, ମହମ୍ମଦ ଇସମାଇଲ, ସୁଜାନ ନାଏକ, ରୋମାଞ୍ଚଳ ମେହେର, ଲବଣୀ ନାଏକ, ରବି ପଟ୍ଟନାୟକ, ଇଂ ବୈଶାଖି ବ୍ରାହ୍ମର୍ଷୀ ନାୟକ, ଅଭିଜିତ ମିଶ୍ର, ନିଳାମ୍ବର ସାହୁ, ସିନୁ ବେହେରା, କାମାକ୍ଷ ସିଂହଦେଓ ପ୍ରମୁଖ ଯୋଗଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe