ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅଧିକାରୀ ସମୀର ରାଉତ ଓ ଏଏସ୍ଆଇ ଟଙ୍କଧର ବୁଧିଆ ଲାଞ୍ଚ ନେଉଥିବା ବେଳେ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ମାମଲାର ସମାଧାନ କରିବା ପାଇଁ ଉଭୟ ଥାନା ଅଧିକାରୀ ଓ କର୍ମଚାରୀ ମକରାଗୁଡ଼ା ଗାଁର ଗଙ୍ଗା ନାଗଙ୍କ ଠାରୁ ୧୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଗଙ୍ଗା ଏ ସମ୍ପର୍କରେ ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଇବାପରେ ଯୋଜନା ଅନୁସାରେ ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସ ଡିଏସ୍ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଗଠିତ ଟିମ୍ ଚଢ଼ାଉ କରି ୨ଜଣଙ୍କୁ କାବୁ କରିଥିଲା। ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି ଥାନାବାବୁ ଲାଞ୍ଚ ଟଙ୍କାକୁ ପାଟିରେ ପୂରାଇ ଦେଇଥିଲେ। ଭିଜିଲାନ୍ସ ଅଧିକାରୀମାନେ ଉଭୟଙ୍କୁ ଭବାନୀପାଟଣା କାର୍ଯ୍ୟାଳୟକୁ ନେଇ ପଚରାଉଚରା କରୁଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us