କଂଗ୍ରେସ ଚଳଚଞ୍ଚଳ, ରାଫେଲ ଦୁର୍ନୀତିକୁ ନେଇ ଦଳ ଗାଁକୁ ଯିବ

Advertisment
କଂଗ୍ରେସ ଚଳଚଞ୍ଚଳ, ରାଫେଲ ଦୁର୍ନୀତିକୁ ନେଇ ଦଳ ଗାଁକୁ ଯିବ

କେସିଙ୍ଗା: ୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ କଳାହାଣ୍ଡିରେ ହୋଇଥିବା ଜୋନ ସଭାପତିଙ୍କ କର୍ମଶାଳାରେ କର୍ମୀଙ୍କୁ ନିର୍ବାଚନୀ ମନ୍ତ୍ର ଦେବା ପାଇଁ ଆସିଥିବା ପିସିସି ସଭାପତିଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ କଂଗ୍ରେସ ଚଳଚଞ୍ଚଳ ହୋଇ ଉଠିଛି। ବହୁଦିନ ଧରି ଜିଲ୍ଲାରେ ସୁପ୍ତ ଥିବା ଦଳ ଏହି କାର୍ଯ୍ୟକ୍ରମକୁ ନେଇ ଉତଫୁଲ୍ଲିତ ହୋଇ ପଡ଼ିଛି। ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଛକାପଞ୍ଝା ଓ ଶକ୍ତି ପ୍ରଦର୍ଶନ ଦିନ ସାରା ଚର୍ଚ୍ଚାର ବିଷୟ ହୋଇଥିଲା। କିଛି ସ୍ଥାନରେ ଯୁବ ନତେୃତ୍ୱଙ୍କୁ ପ୍ରାଧାନ୍ୟ ଦେବା କଥା ଉଠିଥିବା ବେଳେ ଅଳ୍ପ କିଛି ସ୍ଥାନରେ ଯେଉଁମାନେ କଂଗ୍ରେସ ଦଳରେ ବହୁୁ ଦିନ ଧରି ସଙ୍ଗଠନ କରିଛନ୍ତି ଏବଂ ଆଜି ପଯ୍ୟର୍ନ୍ତ କିଛି ପାଇ ନାହାନ୍ତି ସେଭଳି ନେତୃବୃନ୍ଦଙ୍କୁ ମଧ୍ୟ ନିର୍ବାଚନରେ ଟିକଟ ଦିଆଯାଉ ବୋଲି ଦାବି ହୋଇଥିଲା।

ନର୍ଲା ନିର୍ବାଚନମଣ୍ଡଳୀ ପାଇଁ ପିିସିସି ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଦାସକୁ ଦଳରୁ ଟିକଟ ଦେବା ପାଇଁ ଉକ୍ତ ନିର୍ବାଚନମଣ୍ଡଳୀର କର୍ମୀ ଦାବି କରିଥିବା ବେଳେ ସଂଧ୍ୟାରେ ସର୍କିଟ ହାଉସ ଠାରେ ନର୍ଲା ନିର୍ବାଚନମଣ୍ଡଳୀରେ ଚିତ୍ତରଞ୍ଜନ ମଣ୍ଡଳଙ୍କୁ ପ୍ରାର୍ଥୀ କରାଯାଉ ବୋଲି ଦାବି କରି ଏହି ନିର୍ବାଚନମଣ୍ଡଳୀର ଲୋକମାନେ ପହଞ୍ଚିଥିଲେ। ସେହିପରି ଧର୍ମଗଡ଼ ନିର୍ବାଚନମଣ୍ଡଳୀରୁ ଆଶାୟୀ ଥିବା ଦିଗାମ୍ବର ଦୁରିଆଙ୍କ ନେତୃତ୍ୱରେ ଶହଶହ ନେତୃବୃନ୍ଦ ଓ କର୍ମୀମାନେ ଆସି ଦିଗାମ୍ବରଙ୍କୁ ପ୍ରାର୍ଥୀ କରାଯାଉ ବୋଲି ଦୃଢ଼ ଦାବି କରିଥିଲେ।

ଏହି କର୍ମଶାଳାରେ ଯୋଗ ଦେବାକୁ ପିସିସି ସଭାପତିଙ୍କ ସହ କାଯ୍ୟର୍କାରୀ ସଭାପତି ପ୍ରଦୀପ ମାଝୀ ଓ ସହପ୍ରଭାରୀ ଅନିଲ ଚୌଧୁରୀ ଆସିଥିବାରୁ ଆଶାୟୀଙ୍କ ସୁଅ ଛୁଟିଥିଲା। ଜିଲ୍ଲାର ଅନ୍ୟ ନିର୍ବାଚନମଣ୍ଡଳୀ ପାଇଁ ମଧ୍ୟ ଆଶାୟୀ ଥିବା ପ୍ରାର୍ଥୀମାନେ ପୃଥକ ପୃଥକ କରି ଏହି କର୍ମକର୍ତ୍ତାମାନଙ୍କୁ ଭେଟି ନିଜ ପ୍ରାର୍ଥିତ୍ୱ ଉପସ୍ଥାପନ କରିଥିଲେ। ଦଳ ଏକଜୁଟ ହୋଇ ଲଢ଼ିଲେ କଂଗ୍ରେସ ତା’ର ପୂର୍ବ ସ୍ଥିତି ଫେରି ପାଇବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ। ସେହିଭଳି କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାରଙ୍କ ରାଫେଲ ଦୁର୍ନୀତି ଏହି ଶତାବ୍ଦୀର ଶ୍ରେଷ୍ଠ ଦୁର୍ନୀତି। ଏଣୁ ଏହି ଦୁର୍ନୀତିକୁ ନେଇ ଦଳ ଗ୍ରାମାଂଚଳକୁ ଯିବ ଆଉ ଏହି ପ୍ରସଙ୍ଗରୁ ନିର୍ବାଚନ ଆରମ୍ଭ ହେବ ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe