ସିଆରପିଏଫ୍ ଯବାନଙ୍କ ଜମ୍ମୁ କଶ୍ମୀରରେ ମୃତ୍ୟୁ, କାରଣ ଅସ୍ପଷ୍ଟ

ସିଆରପିଏଫ୍ ଯବାନଙ୍କ ଜମ୍ମୁ କଶ୍ମୀରରେ ରବିବାର ଅପରାହ୍ଣରେ ମୃତ୍ୟୁ ହୋଇଛି। ମୃତ ଯବାନ ହେଲେ ଭାସ୍କର ଜଡ଼ା। ସେ ଶ୍ରୀନଗରର କୋନିଖାନସ୍ଥିତ ୧୬୧ ବାଟାଲିୟନରେ କାର୍ଯ୍ୟରତ ଥିଲେ। 

CRPF Bhaskar Jada

CRPF Bhaskar Jada Photograph: (sambad.in)

ରୁପ୍ରା: ଓଡ଼ିଆ ସିଆରପିଏଫ୍ ଯବାନଙ୍କ ଜମ୍ମୁ କଶ୍ମୀରରେ ରବିବାର ଅପରାହ୍ଣରେ ମୃତ୍ୟୁ ହୋଇଛି। ମୃତ ଯବାନ ହେଲେ ଭାସ୍କର ଜଡ଼ା। ସେ ଶ୍ରୀନଗରର କୋନିଖାନସ୍ଥିତ ୧୬୧ ବାଟାଲିୟନରେ କାର୍ଯ୍ୟରତ ଥିଲେ। 

ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଞ୍ଚଳର ସମ୍ଭୁ ଜଡ଼ା ଓ କେତକୀ ଜଡ଼ାଙ୍କ ପୁଅ ଭାସ୍କର ୨୦୧୪ରେ ସିଆରପିଏଫ୍‌ ଯୋଗ ଦେଇଥିଲେ। ସେ ଆଜି ଅପରାହ୍ଣ ପ୍ରାୟ ୩ଟାରେ ଶ୍ରୀନଗରରୁ ଥାଇ ପରିବାର ଲୋକଙ୍କ ସହିତ ମୋବାଇଲ ଫୋନ୍ରେ କଥା ହୋଇଥିଲେ। ବାପା ଓ ସ୍ତ୍ରୀଙ୍କ ସହିତ ଖୁସିରେ କଥା ହୋଇଥିଲେ। ଫୋନ୍‌ରେ କଥା ହେବାର ପ୍ରାୟ ୧ ଘଣ୍ଟା ପରେ ଭାସ୍କରଙ୍କ ମୃତ୍ୟୁ ନେଇ ସିଆରପିଏଫ୍ ପକ୍ଷରୁ ଖବର ଆସିଲା। 

ସୂଚନାଯୋଗ୍ୟ, ଭାସ୍କର ଜଡ଼ା ଗତମାସ ୧୮ ତାରିଖରେ ଘରକୁ ଆସିଥିଲେ। ତାଙ୍କର ଘରେ ବାପା, ମାଙ୍କ ସମେତ ପତ୍ନୀ ନୂତନ ଜଡ଼ା, ଝିଅ (୬ବର୍ଷ) ଓ ପୁଅ (୧୮ମାସ) ଅଛନ୍ତି।  ତାଙ୍କର ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଆସନ୍ତାକାଲି ତାଙ୍କର ମରଶରୀର ଜନ୍ମଭୂମିକୁ ପହଞ୍ଚିବ ବୋଲି ଆଶା କରାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe