କାଶିବାହଲରେ ସଶସ୍ତ୍ର ଡକାୟତି: ଯୁବକ ଗୁରୁତର

Advertisment
କାଶିବାହଲରେ ସଶସ୍ତ୍ର ଡକାୟତି: ଯୁବକ ଗୁରୁତର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କୋକସରା ଥାନା କାଶିବାହଲ ଗାଁର ଋଷିମଣି ପୁଝାରୀଙ୍କ ଘରେ ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ଘଟିଥିବାର ଖବର ମିଳିଛି।

ସୂଚନା ଅନୁଯାୟୀ, କାଶିବାହଲ ଗାଁର ଋଷିମଣି ପୁଝାରୀଙ୍କ ଘରେ ପଶି ୧୦/୧୨ ମୁଖାପିନ୍ଧା ଡକାୟତି କରିଥିଲେ।  ଡକାୟତଙ୍କ ଏୟାରଗନ ଗୁଳିରେ ତାଙ୍କ ପୁଅ ରୋହନ ଗୁରୁତର ହୋଇଛନ୍ତି। ରୋହନଙ୍କୁ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିସିଟିଭି ହାର୍ଡ ଡିସ୍କ ଅକାମି କରିବା ସହ ନଗଦ ଟଙ୍କା ଓ ସୁନାଗହଣା ଲୁଟ କରିଥିବା ନେଇ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ କୋକସରା ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe