ଶ୍ରୀପୁର ନଦୀରେ ପଡ଼ିରହିଛି ଅଜଣା ମୃତଦେହ

ଜିନ୍ଦଲରେ ଟ୍ରେଲର ଡ୍ରାଇଭରଙ୍କ ଆକସ୍ମିକ ମୃତ୍ୟୁ 

bbc

ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଭାନପୁର ଗ୍ରାମପଞ୍ଚାୟତ ଅଧୀନ ରାକ୍ସି ଓ ଗିଗିନା ଗ୍ରାମପଞ୍ଚାୟତ ଅଧୀନସ୍ଥ ଶ୍ରୀପୁର ଗ୍ରାମର ସାନ୍ଦୁଲ ନଦୀର କଦମ ଦୋରୋ ଠାରେ ପାଣିରେ ମୁହଁମାଡି ଏକ ମୃତଦେହ ପଡିରହିଥିବା କିଛି ଗାଈ ଚରାଳୀ ଦେଖିବାବାକୁ ପାଇଥିଲେ। ପରେ ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ଏନେଇ ପ୍ରଥମେ ପଲମ ଫାଣ୍ଡିକୁ ଜଣାଇଥିଲେ।

ପଲମ ଫାଣ୍ଡି ଅଧିକାରୀ ଅକ୍ଷୟ ପ୍ରସାଦ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚିବା ପରେ ଦେଖିବାକୁ ପାଇଲେ ଯେ ଶବ ପଡ଼ିଥିବା ଅଞ୍ଚଳ ନର୍ଲା ଥାନା ଅଧୀନରେ ଯାଉଥିବାରୁ ନର୍ଲା ଥାନାକୁ ଜଣାଇଥିଲେ। ତେବେ ଖବର ଲେଖା ହେଲା ବେଳକୁ ନର୍ଲା ଥାନାରୁ କୌଣସି କର୍ମଚାରୀ ପହଞ୍ଚି ନଥିବାରୁ ଶବ ଚିହ୍ନଟ କରାଯାଇ ପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe