ଦିନକ ପରେ ନର୍ଲା ଅଞ୍ଚଳରେ ଆଉ ଏକ ହାତୀର ମୃତଶରୀର ଠାବ

Advertisment
ଦିନକ ପରେ ନର୍ଲା ଅଞ୍ଚଳରେ ଆଉ ଏକ ହାତୀର ମୃତଶରୀର ଠାବ

techcrunch.com

ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧୀନ ବାଗପୁର ନିକଟରେ ପୁଣି ଏକ ଦନ୍ତା ହାତୀର ମୃତଶରୀର ଠାବ ହୋଇଛି। ଆଜି ସକାଳୁ କିଛି ଲୋକ ହାତୀ ମରିପଡ଼ିଥିବା ଦେଖିବାକୁ ପାଇ ଜଙ୍ଗଲ ବିଭାଗକୁ ଫୋନ କରି ଜଣାଇଥିଲେ। ବର୍ତ୍ତମାନ ଘଟଣାସ୍ଥଳରେ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚିଥିବା ବେଳେ ତଦନ୍ତ ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସୂଚନା ମିଳିଛି। ତେବେ ନିକଟସ୍ଥ ଶୁକ୍ରବାର ରାତିରେ ହାତୀମାନଙ୍କ ଗୋଷ୍ଠୀରେ ନିଜ ନିଜ ମଧ୍ୟରେ ଜୋର୍ ଗର୍ଜନ କରିବା ସହ ଲଢେଇ ହୋଇ ହାତୀର ମୃତ୍ୟୁ ହୋଇଥାଇପାରେ ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି।

ଏଣେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଜାମପଡା ଓ ଖୈରମାଲ ଯିବା ରାସ୍ତାର ଏକ ପଡ଼ିଆରେ ଗତ ୧୦ ତାରିଖ ସକାଳେ ଏକ ମାଈ ହାତୀ ମରି ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ସଙ୍ଗେସଙ୍ଗେ ଘଟଣାସ୍ଥଳକୁ ଜଙ୍ଗଲ ବିଭାଗ, ବିଦ୍ୟୁତ୍ ବିଭାଗ ଓ ନର୍ଲା ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଉକ୍ତ ହାତୀପଲ ଭୀମକେଲା ପଞ୍ଚାୟତ ଅଧୀନ ବୁର୍ଡିପଡାକୁ ଯାଇ ଏକ କଦଳୀ ବଗିଚାକୁ ନଷ୍ଟ କରିଥିଲେ। ତାପରେ ସହ ଉକ୍ତ ରାସ୍ତା ଦେଇ ଫେରିବା ବେଳେ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିବାରୁ ମାଈ ହାତୀର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ହାତୀ ମରି ପଡ଼ିଥିବା ସ୍ଥାନର ଠିକ୍ ଉପରେ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ ତାର ବିଦ୍ୟୁତ ଖୁଣ୍ଟ ଆଡ଼କୁ ଢଳି ପଡ଼ିଥିବା ଯୋଗୁଁ ତଳକୁ ଝୁଲି ରହିଥିବା ଦେଖିବାକୁ ମିଳୁଛି। ଖବର ପାଇ ନର୍ଲା ରେଞ୍ଜର ଓ ଫରେଷ୍ଟର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe