Image Courtesy of India Today
କର୍ଲାମୁଣ୍ଡା: ଉତେଇ ଜଳସେଚନ ପ୍ରକଳ୍ପ ଅଧୀନ ଉତେଇ କେନାଲରେ ଜଣେ ଅଜଣା ବ୍ୟକ୍ତିର ଶବ ଭାସି ଆସୁଥିବା ଦେଖାଯାଇଛି। ଶବଟି ଏବେ କର୍ଲାମୁଣ୍ଡା ବ୍ଲକର ରିଷିଡା କଲେଜ ଛକ ନିକଟରେ ଭାସିଚାଲୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଉଦ୍ଧାର କରାଯାଇଛି। ଖବର ପାଇ କର୍ଲାମୁଣ୍ଡା ଫାଣ୍ଡିଅଧିକାରୀ ଥବିର ବରିହାଙ୍କ ନେତୃତ୍ୱରେ କର୍ଲାମୁଣ୍ଡା ଓ ରିଷିଡା ଫାଣ୍ଡିର ପୁଲିସ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ମୃତକ ବୟସ୍କ ବ୍ୟକ୍ତି ହୋଇଥିବା ବେଳେ ତାଙ୍କର ପରିଚୟ ମିଳିପାରିନାହିଁ।
Follow Us