ଯୁବକଙ୍କର ମୃତଦେହ ଠାବ: ପତ୍ନୀ ଆଣିଲେ ହତ୍ୟା ଅଭିଯୋଗ

Advertisment
ଯୁବକଙ୍କର ମୃତଦେହ ଠାବ: ପତ୍ନୀ ଆଣିଲେ ହତ୍ୟା ଅଭିଯୋଗ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ରିଷିଡା ପୁଲିସ ଫାଣ୍ଡି ଅନ୍ତର୍ଗତ ଗଜବାହାଲ ଗ୍ରାମର କଲୋନିପଡା ନିକଟରେ ଆଜି ଜଣେ ଯୁବକଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି।  ଖବର ପାଇ ରିଷିଡା ଫାଣ୍ଡି ଅଧିକାରୀ କ୍ଷୀରସିନ୍ଧୁ ମାଝୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛନ୍ତି। ମୃତକ ଗଜବାହାଲ ଗ୍ରାମର କାର୍ତ୍ତିକ ସେଠଙ୍କ ପୁଅ କ୍ଷୀରମଣି ସେଠ ବୋଲି ଜଣାଯାଇଛି।

ସ୍ବର୍ଗତ କ୍ଷୀରମଣି ଡ୍ରାଇଭର କାମ କରୁଥିଲେ ଓ ଗତକାଲି ସନ୍ଧ୍ୟାରୁ ଘରକୁ ଫେରିନଥିଲେ ବୋଲି ତାଙ୍କ ପତ୍ନୀ ସୁବାସିନୀ ଅଭିଯୋଗ କରିଛନ୍ତି।  ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଛି ବୋଲି ସେ ଏତଲାରେ ଦର୍ଶାଇଛନ୍ତି। ତେବେ ମ. ରାମପୁର ଥାନାଧିକାରୀ ଓ ସାଇଣ୍ଟିଫିକ ଟିମ ପହଞ୍ଚିବା ପରେ ଶବର ପଞ୍ଚନାମା କରାଯାଇ ବ୍ୟବଚ୍ଛେଦ ପାଇଁ ମ. ରାମପୁର ପଠାଯିବ ବୋଲି ପୁଲିସ କହିଛି। ମୃତକ କ୍ଷୀରମଣି ବିବାହିତ ଓ ତାଙ୍କର ଗୋଟିଏ ଶିଶୁପୁତ୍ର ଅଛି। ବ୍ୟବଚ୍ଛେଦ ପରେ ମୃତ୍ୟୁ ନା ଅପମୃତ୍ୟୁ ସ୍ପଷ୍ଟ ହେଇଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe