ତେଜୁଛି ଧର୍ମଗଡ଼ ଜିଲ୍ଲା ଦାବି: ୨୭ ଦିନରେ  ଧାରଣା, ସରପଞ୍ଚ ସଂଘର ସମର୍ଥନ

ତେଜୁଛି ଧର୍ମଗଡ଼ ଜିଲ୍ଲା ଦାବି: ୨୭ ଦିନରେ  ଧାରଣା, ସରପଞ୍ଚ ସଂଘର ସମର୍ଥନ

ଧର୍ମଗଡ଼: ଧର୍ମଗଡ଼କୁ ଜିଲ୍ଲା ମାନ୍ୟତା ଦାବି ନେଇ ଚାଲିଥିବା ଆନ୍ଦୋଳନ ୨୭ ଦିନରେ ପହଞ୍ଚିଛି। ଧର୍ମଗଡ଼ ବ୍ଲକ ସରପଞ୍ଚ ସଙ୍ଘ ଧାରଣାରେ ସାମିଲ ହୋଇ ଦାବିକୁ ସମର୍ଥନ ଜଣାଇଛି। ବ୍ଲକର ୨୪ ଜଣ ସରପଞ୍ଚଙ୍କ ସମେତ ପଞ୍ଚାୟତବାସୀ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣାସ୍ଥଳରେ ପହଞ୍ଚିଥିଲେ।

ଧର୍ମଗଡ଼ ବ୍ଲକ ସରପଞ୍ଚ ସଙ୍ଘ ସଭାପତି ହାତୀରାମ ଦୁର୍ଗାଙ୍କ ନେତୃତ୍ୱରେ ସଂପାଦକ ଉଦିତ ନାଏକ, କଦଳୀମୁଣ୍ଡା ସରପଞ୍ଚ ଘନକେଶୀ ବୋଡ଼କିଆ, କନାଗାଁର ନବୀନ ନାଏକ, କାଙ୍କେରିର ମମତା କେତକୀ, ଖଇରପଦରର ସଂଯୁକ୍ତା ବାଗ, ଚଞ୍ଛାନବାହାଲିର ପ୍ରୀତି ବେମାଲ, ଛିଲିପା ବିଭୁଦତ୍ତ ପ୍ରଧାନୀ, ଜୟନ୍ତପୁରର ଜୟନ୍ତୀ ବାଗ, ତାରାପୁର ସୁତମ୍ବାଛଡ଼ାର ଆଶୁତୋଷ ପଟ୍ଟଯୋଷୀ, ତେଣ୍ଡାପାଲିର ଗୌଲୋଚନ ଗୋପାଳ, ଧଅଁରପୁରର ଗୌରୀ ସେଠିଆ, ନନ୍ଦଗାଁର କିରଣମୟୀ ବଣିଆ, ପର୍ଲାର ବ୍ରିଜଲାଲ ନାଏକ, ବଗାଡ଼ର ବିନୋଦିନୀ ଗୋପାଳ, ବଡ଼ଘୁମରର ଜନ୍ମେଜୟ ଗୋପାଳ, ବଡ଼ଫୁର୍ଲାର ପଙ୍କଜିନୀ ଶବର, ବ୍ରାହ୍ମଣଛେଣ୍ଡିଆର ମନୋଜ ନାଏକ, ବେହେରାର କୁମୁଦିନୀ ଗଏନ୍ତା, ବୋଡ଼େନର ଅର୍ଜୁନ ବାଗ, ଡୁମେରଗୁଡ଼ାର ନଳିନୀ ବେହେରା, ସନ୍ଧିକୁଲିହାରିର ଜଗତରାମ ବାଗ ଓ ବଡ଼ବସୁଲ ସରପଞ୍ଚ ମକୁନ୍ଦ ଶବର ପ୍ରମୁଖ ଯୋଗଦେଇ ଦାବିକୁ ଦୋହରାଇଥିଲେ। ଜିଲ୍ଲା ଦାବି କ୍ରିୟାନୁଷ୍ଠାନ କମିଟି ସଂଯୋଜକ ବରିଷ୍ଠ ଓକିଲ ତୁଷାର ରଞ୍ଜନ ପଟ୍ଟଯୋଶୀ ସଭା ପରିଚାଳନା କରିଥିବା ବେଳେ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ରତନ ନାଏକ, ପ୍ରେମଲାଲ ସାଗର, ଦିଗାମ୍ବର ଦୁରିଆ, ଡାକେଶ୍ୱର ଲହଜଲ, ସରକାରୀ ଓକିଲ ରାଜେନ୍ଦ୍ର ମୁନି, ହିମାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe