ଭବାନୀପାଟଣା: ଭବାନୀପାଟଣା ନୂଆବସଷ୍ଟାଣ୍ଡ ଠାରେ ଏକ ଘରୋଇ ବସ ଡ୍ରାଇଭର ଡ୍ରାଇଭର ଗୋପୀ ନାଏକ ଓ କଣ୍ଡକ୍ଟର ସୁରେନ୍ଦ୍ର ମହାନନ୍ଦଙ୍କୁ ଅନ୍ୟ ଏକ ସାଇ ପ୍ରତୀକ ଘରୋଇ ବସ ମାଲିକ ଅଶୋକ ମହାପାତ୍ର ଓ ତାଙ୍କ ପୁଅ ପ୍ରତୀକ ମହାପାତ୍ର ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଜାତିଆଣ ମନ୍ତବ୍ୟ ଦେଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ କଣ୍ଡକ୍ଟର ସୁରେନ୍ଦ୍ର ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେହିଭଳି ଆଇନଗତ କାର୍ଯ୍ୟାନୁଷ୍ଠାନ ନହେଲେ ଜିଲ୍ଲାରେ ଘରୋଇ ବସ ବନ୍ଦ କରିବାକୁ ଧର୍ମଗଡ଼ ଉପଖଣ୍ଡ ଘରୋଇ ବସ ମାଲିକ ସଂଘର ସଭାପତି ରଜନୀକାନ୍ତ ବୈଠାରୁ ଆଜି ଟାଉନଥାନାରେ ଲିଖିତ ଭାବେ ଜଣାଇଛନ୍ତି। ଏନେଇ ଟାଉନଥାନା ଆଇଆଇସି ରମେଶ ଚନ୍ଦ୍ର ବିଷୋୟୀଙ୍କୁ ପଚାରିବାରୁ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ବୋଲି କହିଥିଲେ।
ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ବସ୍ ମାଲିକଙ୍କ ମାଡ଼
Advertisment
Follow Us