ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ମରଣଯନ୍ତାରେ ପରିଣତ ହୋଇଛି। ଏକ କୋଇଲା ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଚାଳକ ଗୁରୁତର ହୋଇଥିଲେ।
ସୂଚନାଯୋଗ୍ୟ, ରାୟଗଡ଼ା ପଟୁ କୋଇଲା ବୋଝେଇ କରି ଟ୍ରକଟି ବରଗଡ଼ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ କିଡିଙ୍ଗ ଛକ ନିକଟସ୍ଥ ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଟ୍ରକ ଡ୍ରାଇଭରଙ୍କ ଗୋଡ଼ ଫସି ରହିଥିଲା। କିଡିଙ୍ଗ ଗାଁର କିଛି ଯୁବକ ଘଟଣାସ୍ଥଳରେ ପହଞ୍ଚି ସିକେରକୁପା ଫାଣ୍ଡିକୁ ଖବର ଦେଇଥିଲେ। ସିକେରକୁପା ଫାଣ୍ଡି ଅଧିକାରୀ ମିନାରାଓ ଶବର ଏବଂ ନର୍ଲା ଏସ୍ଆଇ କୃ୍ତ୍ତିବାସ ପୂଝାରୀଙ୍କ ନେତୃତ୍ବରେ ପୁଲିସ ବାହିନୀ, ଅଗ୍ନିଶମ ବିଭାଗ, ଆମ୍ବୁଲାନ୍ସ ଓ ଯୁବକଙ୍କ ସହଯୋଗରେ ୫ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ କରି ଲୁହା କାଟି ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ବିଶ୍ୱନାଥପୁର ଡାକ୍ତରଖାନାରେ ପ୍ରାଥମିକ ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡ୍ରାଇଭରଙ୍କ ଗୋଟିଏ ଗୋଡ଼ ଭାଙ୍ଗିଯାଇଥିବା ଜଣାଯାଇଛି।
ଗଛକୁ ପିଟିଲା କୋଇଲାବୋଝେଇ ଟ୍ରକ୍: ୫ ଘଣ୍ଟା ପରେ ଉଦ୍ଧାର ହେଲେ ଡ୍ରାଇଭର
Advertisment
Follow Us