ରାବଣପୋଡ଼ି: ଦଶମୀରେ ଅଟକିଥିଲା, ଦିନକ ପରେ ଆୟୋଜନ ହେଲା

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଠାରେ ୬୯ତମ ଶାରଦୀୟ ଦୁର୍ଗାପୂଜା ଅବସରରେ ଆୟୋଜିତ ବିଶାଳ ରାବଣପୋଡ଼ି ଗତକାଲି ରାତିରେ ଅନୁଷ୍ଠିତ ହୋଇଯାଇଛି। ରାବଣପୋଡ଼ି ମହୋତ୍ସବ ଏଠାରେ ବିଜୟାଦଶମୀ ଅବସରରେ ଆୟୋଜନ ହେବାର ଥିଲା।

Untitled-10treu

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଠାରେ ୬୯ତମ ଶାରଦୀୟ ଦୁର୍ଗାପୂଜା ଅବସରରେ ଆୟୋଜିତ ବିଶାଳ ରାବଣପୋଡ଼ି ଗତକାଲି ରାତିରେ ଅନୁଷ୍ଠିତ ହୋଇଯାଇଛି। ରାବଣପୋଡ଼ି ମହୋତ୍ସବ ଏଠାରେ ବିଜୟାଦଶମୀ ଅବସରରେ ଆୟୋଜନ ହେବାର ଥିଲା। ମାତ୍ର ଗତ ଗୁରୁବାର ସକାଳ ଠାରୁ ବିଳମ୍ବିତ ରାତି ଯାଏଁ ପ୍ରବଳ ବର୍ଷା ହେତୁ ରାବଣପୋଡ଼ି କାର୍ଯ୍ୟକ୍ରମର ଆୟୋଜନ ହୋଇପାରିନଥିଲା। ଫଳରେ ସେଦିନ ଏହି କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଥିଲା।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଶନିବାର ରାତିରେ ରାବଣପୋଡ଼ି  ଆୟୋଜନ କରାଯାଇଥିଲା। ଏଥିରେ ନର୍ଲା ବ୍ଲକ ଅଧ୍ୟକ୍ଷ ତଥା ବିଧାୟକ ପ୍ରତିନିଧି ଦୁର୍ଗାପ୍ରସାଦ ମହାନ୍ତି (ମୁନା ଦାଦା) ମୁଖ୍ୟଅତିଥି ଭାବେ ଯୋଗଦେଇ ରାବଣ କୁଶପୁତ୍ତଳିକାରେ ଅଗ୍ନି ସଂଯୋଗ କରିଥିଲେ। ରାବଣ ପୋଡ଼ି ଦେଖିବା ପାଇଁ ହଜାର ହଜାର ଲୋକଙ୍କର ଭିଡ଼ ଜୁଟିଥିଲା।

ଏହି ଅବସରରେ ଆୟୋଜିତ ସାଂସ୍କୃତିକ ସଭାରେ ଶ୍ରୀ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଅଞ୍ଚଳର ବିକାଶ ପାଇଁ ସେ ସବୁବେଳେ ରହିଛନ୍ତି ବୋଲି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ସରପଞ୍ଚ ସେବତୀ ରଣା, ସମିତିସଭ୍ୟ ନିମାଁଇଚରଣ ବେହେରା, ସାମାଜିକ କର୍ମୀ ଶିବଲାଲ କେଡ଼ିଆ ଯୋଗଦେଇଥିଲେ। ପୂଜା କମିଟି ସଭାପତି ଅଶୋକ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂପାଦକ ଦୁଷ୍ମନ୍ତ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।

ସମାରୋହରେ ସାମ୍ବାଦିକ କମ୍ବୁପାଣି ସାହୁ ଓ ଶେଷଦେବ ରଣାଙ୍କ ସମେତ ଡ୍ୟାନ୍ସ ପ୍ରତିଯୋଗିତାରେ ବିଚାରକମାନଙ୍କୁ ସମ୍ମାନିତ କରାଯାଇଥିଲା। ସାମ୍ବାଦିକ ନରୋତ୍ତମ ସେଲମା ସଭା ସଂଯୋଜନା କରିଥିଲେ। ଡ୍ୟାନ୍ସ ପ୍ରତିଯୋଗିତାକୁ ମଧୁସୂଦନ ବାଗ ସଂଚାଳନ କରିଥିଲେ। ଚଳିତବର୍ଷ ଦୁର୍ଗାପୂଜାରେ ଗୌନ୍ତିଆ ପରିବାରର କ୍ଷୀରସାଗର ରଣା ଓ ତାଙ୍କ ଧର୍ମପତ୍ନୀ ବିନୋଦିନୀ ରଣା କର୍ତ୍ତା ଦାୟିତ୍ୱ ରେ ଥିବା ବେଳେ ରୁଦ୍ରଦେବ ଦାଶ, ଅନନ୍ତଗୋପାଳ ଦାଶ, ଅଶୋକ ତ୍ରିପାଠୀ ପୂଜକ କାର୍ଯ୍ୟ ସଂପାଦନ କରିଥିଲେ। ଷଡବୈଷ୍ଣବ ଭାବେ ଦେବେନ୍ଦ୍ର ରଣା, ଦୁର୍ମତ ରଣା, ମାର୍କଣ୍ଡ ରଣା, ପାର୍ଥ ସାହୁ, ଦେବୁ ତ୍ରିପାଠୀ ପ୍ରମୁଖ ରହିଥିବା ବେଳେ ବିଭିନ୍ନ ରାତ୍ରରେ ଅର୍କେଷ୍ଟା, ଦଣ୍ଡନୃତ୍ୟ ମହିଷାମର୍ଦ୍ଦିନୀ, ଲକ୍ଷ୍ମୀସୁଆଙ୍ଗ ନାଟକ ପରିବେଷଣ ହୋଇଥିଲା।

Kalahandi | Ravanpodi

ରିପୋର୍ଟ: ଭଜଶ୍ୟାମ ସାହୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe