୮ବର୍ଷ ଶିଶୁକୁ ଦୁଷ୍କର୍ମ ଘଟଣା:ଅଭିଯୁକ୍ତ କକାକୁ କୋର୍ଟ ଚାଲାଣ

Advertisment
୮ବର୍ଷ ଶିଶୁକୁ ଦୁଷ୍କର୍ମ ଘଟଣା:ଅଭିଯୁକ୍ତ କକାକୁ କୋର୍ଟ ଚାଲାଣ

ଲାଞ୍ଜିଗଡ଼:  କଳାହାଣ୍ଡି ଜିଲ୍ଲା ବିଶ୍ୱନାଥ ପୁର ଅନ୍ତର୍ଗତ କାନ୍‌କୁଟରୁ ପଞ୍ଚାୟତ ଅଞ୍ଚଳର ଜଣେ ୮ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଅଭିଯୁକ୍ତ ସଂପର୍କୀୟ କକା ସନ୍ନ୍ୟାସୀ ବିଭାର (୨୫)ଙ୍କୁ ଗିରଫ କରିଥିଲା। ସଂପୃକ୍ତ ନାବାଳିକାକୁ ଚାହାଁର କୋଳି ଖାଇଯିବା ବାହାନା କରି ଗାଁ ନିକଟରେ ଥିବା ଜଙ୍ଗଲକୁ ନେଇ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ପୀଡିତାଙ୍କ ମା’ ବିଶ୍ୱନାଥପରୁ ଥାନାରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ କାହ୍ନୁ ଚରଣ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ୍‌ ଗାଁକୁ ଯାଇ ଅଭିଯୁକ୍ତ ସନ୍ନ୍ୟାସୀଙ୍କୁ ଗିରଫ କରିଥିଲେ। ପୀଡିତାର ଡାକ୍ତରୀ ମାଇନା ପାଇଁ ଭବାନୀପାଟଣା ଡାକ୍ତରଖାନା ପଠାଯାଇଥିଲା। ତେବେ ମାମଲାର ଗୁରୁତ୍ୱ ଦୃଷ୍ଟିରୁ କେସିଙ୍ଗା ଏସଡିଡିଓ ଗୁପ୍ତେଶ୍ୱର ଭୋଇ ଥାନାରେ ପହଞ୍ଚିବା ସହ ଅଭିଯୁକ୍ତ ସନ୍ନ୍ୟାସୀଙ୍କୁ ପଚରା ଉଚରା କରିଥିବା ଜଣାଯାଇଛି । ଗୁରୁବାର ଅଭିଯୁକ୍ତ ସନ୍ନ୍ୟାସୀଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ପ୍ର୍ରକାଶ କରିଛନ୍ତି। ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ସହ ପୀଡିତାକୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe