ଗାଧୋଇବାକୁ ଯାଉଥିବା ବେଳେ ବୃଦ୍ଧଙ୍କୁ କଚାଡ଼ିଦେଲା ହାତୀ: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

Advertisment
ବାର୍‌ହା ଶିକାର ପାଇଁ ବିଛାଇଥିଲେ ବିସ୍ଫୋରକ: ସଂଘର୍ଷ କରି ଜୀବନ ଗଲା

ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଝାରବନ୍ଧ ଗ୍ରାମର ଗଜିନ୍ଦ୍ର ଯାନୀ (ବୟସ୫୫) ଗତକାଲି ସନ୍ଧ୍ୟାରେ ନିକଟସ୍ଥ ଚିଙ୍ଗୁଡ଼ିଶର ଗ୍ରାମରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଉଥିଲା। ଗଜିନ୍ଦ୍ର ଚାଲିଚାଲି ଯିବା ବେଳେ ଗଭୀର ଯୋଜନାକୁ ପାଣି ପିଇବା ପାଇଁ ଆସିଥିବାଏକ ହାତୀ ଗଜିନ୍ଦ୍ରଙ୍କୁ କଚାଡି ଦେଇଥିଲା । ଫଳରେ ଗଜିନ୍ଦ୍ର ଗୁରୁତର ହୋଇଥିଲେ।

ଗ୍ରାମବାସୀ ଦେଖି ହାତୀକୁ ଘଉଡ଼ାଇବା ସହ ବୃଦ୍ଧ ଗଜିନ୍ଦ୍ରଙ୍କୁ ଉଦ୍ଧାର କରି ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଚିକିତ୍ସା ପାଇଁ ଅନ୍ୟ ଡାକ୍ତରଖାନାକୁ ନେଉଥିବା ବେଳେ ବାଟରେ ଗଜିନ୍ଦ୍ର ଯାନୀଙ୍କ ମୃତ୍ୟୁ ହୋଇଥିଲା। ଭବାନୀପାଟଣା ଡାକ୍ତରଖାନାରେ ଶବ ଥିବା ବେଳେ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe