ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମମିତା ମେହେର ହତ୍ୟା ମାମଲାର ଅଭିଯୁକ୍ତର ପରିବାର

ମୁଖ୍ୟମନ୍ତ୍ରଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳରେ ବହୁ ଚର୍ଚ୍ଚିତ ମମିତା ମେହେରା ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ପରିବାର ଭେଟିଛନ୍ତି।

cm

ଭୁବନେଶ୍ବର: ମୁଖ୍ୟମନ୍ତ୍ରଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ମ‌ୋହନ ଚରଣ ମାଝୀଙ୍କୁ ବହୁ ଚର୍ଚ୍ଚିତ ମମିତା ମେହେରା ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ପରିବାର ଭେଟିଛନ୍ତି।

ସିବିଆଇ ତଦନ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି। ପୂର୍ବତନ ବିରୋଧୀ ଦଳ ନେତା ତଥା ପୂର୍ବତନ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକଙ୍କ ନେତୃତ୍ୱରେ ଗୋବିନ୍ଦ ସାହୁ ପରିବାର ଓ ଏକ ଟିମ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ମୃତ ଗୋବିନ୍ଦ ସାହୁଙ୍କ ସ୍ତ୍ରୀ ଓ ଝିଅ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। 

ଉଭୟ ମାଆ ଓ ଝିଅ ତତ୍‌କାଳୀନ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି। କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଏବଂ ତାଙ୍କ କୁଚକ୍ରୀ ଗୋଷ୍ଠୀଙ୍କ ଦ୍ୱାରା ଦିଆଯାଉଥିବା ଧମକରୁ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ମାଗିଛନ୍ତି। ମମିତା ମେହେରଙ୍କୁ ଯିଏ ହତ୍ୟା କରିଛି ସିଏ ମୋ ବାପା ଙ୍କୁ ହତ୍ୟା କରିଛି। ବାପା ହତ୍ୟା କାଣ୍ଡରେ ହୋଇଛି ଷଡ଼ଯନ୍ତ୍ର। ମୁଁ ଓ ମୋ ପରିବାର ଭୟଭୀତ। ଆମ ସମ୍ପତ୍ତି ସବୁ କବଜା କରିଛନ୍ତି। ମୋ ସହ ଓ ମୋ ପରିବାର ସହ କିଛି ବି ହୋଇପାରେ। ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି କେଶ ରି ଓପନ ହେବ।

CM Mohan Charan Majhi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe