ଭବାନୀପାଟଣା: ଚକଡ଼ା ପୋକ ଯୋଗୁଁ ଫସଲ ନଷ୍ଟ ହେବା ପରେ କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକର ଜଣେ ଚାଷୀ ଶନିବାର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ସାନକୁଟ ଗାଁର ୩୨ ବର୍ଷିଅ ବିନୋଦ ମାଝୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ଅନୁସାରେ ବ୍ୟାପକ ଫସଲ ନଷ୍ଟ ଏବଂ ଋଣ ବୋଝ ସହି ନପାରି ବିନୋଦ ଆତ୍ମହତ୍ୟା କରିଛନ୍ତି। ସେ ଚଳିତ ଖରିଫ ଋତୁରେ ୫ ଏକର ଜମିରେ ଚାଷ କରିଥିଲେ। ଏଥି ପାଇଁ ବ୍ୟାଙ୍କ ଏବଂ ସାହୁକାରମାନଙ୍କ ଠାରୁ ଋଣ ଆଣିଥିଲେ। ଫସଲ ନଷ୍ଟ ହେବା ପରେ କେମିତି ପରିଶୋଧ କରିବେ ସେ ନେଇ ଚିନ୍ତାରେ ଥିଲେ।
କଳାହାଣ୍ଡି: ଚକଡ଼ା ପୋକରେ ଫସଲ ନଷ୍ଟ ହେବାରୁ ଜୀବନ ହାରିଲେ ଚାଷୀ!
Advertisment
Follow Us