ଗଜବାହାଲରେ ଧାନ ମଣ୍ଡି ଖୋଲିବା ଦାବିରେ ରାସ୍ତାରୋକ

Advertisment
ଗଜବାହାଲରେ ଧାନ ମଣ୍ଡି ଖୋଲିବା ଦାବିରେ ରାସ୍ତାରୋକ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଗଜବାହାଲ ପଞ୍ଚାୟତରେ ଖରିଫ ଧାନମଣ୍ଡି ଖୋଲିବା ଦାବିରେ ଆଜି ରିଷିଡା -ମ.ରାମପୁର -ବଲାଙ୍ଗୀର ରାସ୍ତାର ଗଜବାହାଲ ଛକଠାରେ ଚାଷୀମାନେ ରାସ୍ତାରୋକ କରିଛନ୍ତି। ଏହାଫଳରେ ଭବାନୀପାଟଣାରୁ ବଲାଙ୍ଗୀରକୁ କୌଣସି ଯାନବାହାନ ଯାଇନପାରି ଅଟକି ରହିଛି।

publive-image

ଧାରଣାସ୍ଥଳରେ ବ୍ଲକ ଅଧକ୍ଷା କୁନି ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପବିତ୍ର ଭୋଇ, ପୂର୍ବତନ ସରପଞ୍ଚ ଭୀମସେନ ସାହୁ, ପ୍ରଫୁଲ ସାହୁ, ଅଶ୍ୱିନୀ ବେହେରା, ନୃପମଣି ଗହୀର, ସୁବଳ ପଧାନ, ରଶ୍ମିରଂଜନ ମିଶ୍ର, ଜ୍ୟୋତିରଞ୍ଜନ ପଧାନ, ଅଖିଳ ମିଶ୍ର, ମୋତିରାମ ସାହୁ, ଦାମୋଦର ପଧାନ, ପୂର୍ବତନ ସମିତି ସଭ୍ୟ ବୀଣାପାଣି ସା, ଆମ ଆଦମୀ ପାର୍ଟି ନେତା ଦଶରଥ ସାହୁଙ୍କ ନେତୃତ୍ୱରେ ବହୁ ପୁରୁଷ ଓ ମହିଳା ଚାଷୀ ରାସ୍ତା ଉପରେ ବସି ଧାରଣା ଦେଉଛନ୍ତି। ତହସିଲଦାର ମିଳନ କୁମାର ଝାଙ୍କର ଧାରଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ମଣ୍ଡି ଦାବିରେ ସେମାନେ ଅଟଳ ରହିଛନ୍ତି। ରିଷିଡା ଫାଣ୍ଡିଅଧିକାରୀ କ୍ଷୀରସିନ୍ଧୁ ମାଝୀଙ୍କ ନେତୃତ୍ୱରେ ପୁଲିସ ଟିମ ମୁତୟନ ଅଛନ୍ତି।

publive-image

ଏଣେ ରାସ୍ତାର ଦୁଇ ପାର୍ଶ୍ଵରେ ଟ୍ରକ ଓ ବସ ଅଟକିଥିବାରୁ ଯାତ୍ରୀମାନେ ଅସୁବିଧା ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe