ଚାଲାଣ ପାଇଁ ଥିବା ଗଞ୍ଜେଇ ଜବତ

Advertisment
ଚାଲାଣ ପାଇଁ ଥିବା ଗଞ୍ଜେଇ ଜବତ

ଧର୍ମଗଡ଼: କଳାହାଣ୍ଡି ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ବଡ଼ି ଭୋରରୁ ଅବକାରୀ ବିଭାଗ ପକ୍ଷରୁ ଜୟପାଟଣା ଥାନା ଅନ୍ତର୍ଗତ ଉଛୁଲା ଗ୍ରାମରେ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉ ବେଳେ ଗଞ୍ଜେଇର ବଡ଼ ପ୍ୟାକିଂ, ପାନ ଦୋକାନରେ ମିଳୁଥିବା ଛୋଟ ଛୋଟ ପ୍ୟାକିଂ, ୨୫ କିଗ୍ରା ଗଞ୍ଜେଇ ସହିତ ବିୟର ଓ ହୁଇସ୍କି ବୋତଲ ବି ଜବତ କରାଯାଇଛି। ଅଭିଯୁକ୍ତ ବଂଶୀଧର ନାଏକ, ରସିକ ନାଏକ ଓ ଗଣେଶ ନାଏକଙ୍କୁ ଅବକାରୀ ବିଭାଗ ଅଟକ ରଖି ପଚରା ଉଚୁରା କରିବା ସହିତ ତଦନ୍ତ ଜାରି ରଖିଛି। ସେମାନେ ଆନ୍ଧ୍ର ପ୍ରଦେଶରୁ ଗଞ୍ଜେଇ ଆଣି ପ୍ୟାକିଂ କରିବା ପରେ ଛତିଶଗଡ଼କୁ ଚାଲାଣ କରୁଥିବା ପ୍ରାରମ୍ଭିକ ତଦନ୍ତରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe