ଗାଡ଼ି ସହ ଅଢ଼େଇ କୁଇଣ୍ଟାଲ ଗଞ୍ଜେଇ ଜବତ:ଚାଳକ ଫେରାର୍‌

Advertisment
ଗାଡ଼ି ସହ ଅଢ଼େଇ କୁଇଣ୍ଟାଲ ଗଞ୍ଜେଇ ଜବତ:ଚାଳକ ଫେରାର୍‌

କୋକସରା/ଆମପାଣି: ଗଞ୍ଜେଇ ଚାଲାଣ ବେଳେ ଆମପାଣି ଥାନା ପୁଲିସ ଚଢ଼ଉ କରି ଗାଡ଼ି ସହ ଗଞ୍ଜେଇକୁ ଜବତ କରିଛି। ୭ଟି ବସ୍ତାରେ ଥିବା ଉକ୍ତ ଗଞ୍ଜେର ଓଜନ ୨ କୁଇଣ୍ଟାଲ ୫୫ କେଜି ରହିଥିବା ପୁଲିସ କହିଛି। ତେବେ ଗାଡ଼ିର ଚାଳକ ଫେରାର୍‌ ହୋଇ ଯାଇଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ବୁଧବାର ବିଳମ୍ବିତ ରାତିରେ ପାଟ୍ରୋଲିଂ ସମୟରେ ଗଂଜେଇ ଭର୍ତ୍ତି ଟାଟା ସବାରି (ଓଆର ୧୦ ଜି ୧୨୫୭) ଆସୁଥିଲା। ଏହାର ଚାଳକ ପୁଲିସକୁ ଦେଖି ହଡ଼ବଡ଼େଇ ଯାଇ ନିର୍ମାଣାଧୀନ ବିଜୁ ଏକ୍ସପ୍ରେସ ୱେ ପଟକୁ ଗାଡ଼ି ନେଇ ଆନ୍ଧାରରେ ଅଟକିଥିଲା। ପୁଲିସ ଉକ୍ତ ଗାଡ଼ିକୁ ସନ୍ଦେହ କରି ପିଛା କରିଥିଲା। ଗାଡ଼ି ଚାଳକ ଓ ଅନ୍ୟ ଲୋକମାନେ ପୁଲିସକୁ ଚକମା ଦେଇ ଜଙ୍ଗଲ ପଟକୁ ଚାଲି ଯାଇଥିଲେ। ମାଜିଷ୍ଟ୍ରେଟ ତଥା କୋକସରା ଅତିରିକ୍ତ ତହସିଲଦାର ସୀମାଚଂଳ ପାତ୍ର, ଏସ୍‌ଡିପିଓ ସୁରେନ୍ଦ୍ର ନାଥ ଶତପଥୀ, ଆମପାଣି ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ର ଓ କୋକସରା ଥାନାଧିକାରୀ ଉତ୍ତମ ସାହୁ ଘଟଣାସ୍ଥଳରେ ପହଞ୍ଚିବା ପରେ ଜବତ ଗଂଜେଇର ଓଜନ କରାଯାଇଥିଲା। ଜବତ ଗାଡ଼ିଟି କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ବାବୁରାଓ କିଲୋଙ୍କ ବୋଲି ଜଣାପଡ଼ିଛି। ଏନେଇ ଆମପାଣି ପୁଲିସ ୧୧/୨୦୧୮ରେ ମାମଲା ରୁଜୁ କରି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe