ଭବାନୀପାଟଣା-ରାୟପୁର ରୋଡରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର: ଜାତୀୟ ରାଜପଥ-୧୬ରେ ଯାତାୟାତ ବାଧାପ୍ରାପ୍ତ

Advertisment
ଭବାନୀପାଟଣା-ରାୟପୁର ରୋଡରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର: ଜାତୀୟ ରାଜପଥ-୧୬ରେ ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା: ଭବାନୀପାଟଣା -ରାୟପୁର ରୋଡରେ ଗ୍ୟାସ୍ ଟ୍ୟାଙ୍କର ଓଲଟିପଡ଼ିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ଆଜି ସକାଳେ ଜାତୀୟ ରାଜପଥ-୧୬ର କର୍ଲାପଡା ରାସ୍ତାର ପାଷ୍ଟିପଡ଼ା ନିକଟରେ ଗ୍ୟାସ୍ ଟ୍ୟାଙ୍କରଟି ଓଲଟିଛି। ଟ୍ୟାଙ୍କରରୁ ପ୍ରଚୁର ଗ୍ୟାସ ବାହାରୁଛି। ଘଟଣା ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ପାଣି ସ୍ପ୍ରେ କରୁଛି। ଏହାଫଳରେ ଜାତୀୟ ରାଜପଥ-୧୬ରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ତେବେ ଗ୍ୟାସ୍ ଟ୍ୟାଙ୍କରର ଚାଳକଙ୍କର କୌଣସି କ୍ଷତି ହୋଇ ନଥିବା କୁହାଯାଉଛ। ଗାଡ଼ି କେଉଁଠାରୁ କେଉଁ ସ୍ଥାନକୁ ଯାଉଥିଲା, ସେନେଇ କୌଣସି ସୂଚନା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe