ଭାରସାମ୍ୟ ହରାଇ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଅଞ୍ଚଳବାସୀ ଆତଙ୍କିତ

Advertisment
ଭାରସାମ୍ୟ ହରାଇ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଅଞ୍ଚଳବାସୀ ଆତଙ୍କିତ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ପୋଖରୀବନ୍ଧ ଛକଠାରେ ଶୁକ୍ରବାର ଭୋର ୫ଟାରେ ଏକ ଏଚ୍‌ପି ଗ୍ୟାସ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟିପଡ଼ିଛି। ଫଳରେ ଟ୍ୟାଙ୍କରରେ ଥିବା ଗ୍ୟାସ ଲିକ ହେବାରୁ ଆଖପାଖର ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ବିଶାଖାପାଟଣାରୁ ଏହି ଗ୍ୟାସ ଟ୍ୟାଙ୍କର (ଏନ୍‌ଏଲ୍‌ ୦୧ ଏଲ୍‌ ୧୪୦୦) ୨୬ ନମ୍ବର ରାଜ୍ୟ ରାଜପଥ ଦେଇ ରାୟପୁର ଯାଉଥିଲା। ଏହି ସମୟରେ ପୋଖରୀବନ୍ଧ ଛକ ନିକଟରେ ସାମ୍ନାପଟୁ ଆସୁଥିବା ଏକ ଟ୍ରକକୁ ସାଇଡ଼ ଦେବାକୁ ଯାଇ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଟ୍ୟାଙ୍କରରୁ ଗ୍ୟାସ ନିର୍ଗତ ହୋଇଥିଲା। ଚାଳକ ଏମ୍‌.ଏଚ୍‌. ଆସଲମ୍‌ ଅଳ୍ପକେ ବର୍ତ୍ତି ଯାଇଥିଲେ। ଗ୍ୟାସ ଲିକ୍‌ ହେବା ଯୋଗୁଁ ପୋଖରୀବନ୍ଧ ଜାରିଙ୍ଗଭଟା, କଣାଘାଟି, ପୁଖେରଗାଁ, ଡିମିରିଗୁଡ଼ା, ବେନିପୁଖେର ଓ ତାଲିପଡ଼ା ପ୍ରମୁଖ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ଏହି ଖବର ପାଇଲା ପରେ ଲାଞ୍ଜିଗଡ଼ ସରକାରୀ ଅଗ୍ନିଶମ ବିଭାଗ ଓ ବେଦାନ୍ତ ଅଗ୍ନିଶମ ବିଭାଗ ଫାୟାର ଅଫିସର ଭବାନୀଶଙ୍କର ନନ୍ଦ ଓ ତାଙ୍କ ଟିମ୍‌ ଘଟଣାସ୍ଥଳେ ପହଞ୍ଚିଥିଲେ। ବିଶ୍ୱନାଥପୁର ଥାନା ଅଧିକାରୀ କାହ୍ନଚରଣ ସ୍ୱାଇଁ ତାଙ୍କର ଟିମ୍‌ ସହିତ ମଧ୍ୟ ପହଞ୍ଚିଥିଲେ। ଲୋକଙ୍କୁ ଆଖପାଖକୁ ନଯିବାକୁ ତଦାରଖ କରିଥିଲେ। ଅଗ୍ନିଶମ ବିଭାଗ ତାଙ୍କ ପାଖରେ ଆୟତ୍ତ କରିବା ଭଳି ସାମଗ୍ରୀ ନଥିବାରୁ ବିଫଳ ହୋଇଥିଲେ। ଅନ୍ୟପକ୍ଷରେ ଲାଞ୍ଜିଗଡ଼ ରାସ୍ତା, ଭବାନୀପାଟଣା ରାସ୍ତା ଓ ରାୟଗଡ଼ା ରାସ୍ତାରେ ଶହ ଶହ ଯାନବାହାନ ଅଟକି ରହିଥିବା ଯୋଗୁଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିଶାଖାପାଟଣାରୁ ଆସୁଥିବା ଗ୍ୟାସ ଟ୍ୟାଙ୍କର ଖାଲି କରିବାକୁ ଦୁଇଟି ଦଳ ବାହାରିଥିଲେ ମଧ୍ୟ ସନ୍ଧ୍ୟା ୬ଟା ପଯ୍ୟର୍ନ୍ତ ପହଞ୍ଚି ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe