ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ କଳାହାଣ୍ଡିର ହାବସପୁରୀ ଶାଢ଼ି

ପଶ୍ଚିମ ଓଡ଼ିଶାର କମାଲ, ୪ ଡକ୍ୟୁମେଣ୍ଟାରି ଫିଲ୍ମ ପିଚିଂ ହେଲା

ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ କଳାହାଣ୍ଡିର ହାବସପୁରୀ ଶାଢ଼ି

indiaMART

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ର ଚିଚେଇଗୁଡ଼ା, ବଲଧିଆମାଲ, ଚକୁଲି, ଧର୍ମଗଡ଼ ବ୍ଲକ୍‌ର ଜୟନ୍ତପୁର ଅଞ୍ଚଳରେ ବୁଣାକାରମାନଙ୍କ ଦ୍ୱାରା ବୁଣା ଯାଉଥିବା ହାବସପୁରୀ ଶାଢ଼ିକୁ ନେଇ ନିର୍ମିତ ହେବାକୁ ଥିବା ଡକ୍ୟୁମେଣ୍ଟାରି ଫିଲ୍ମ ଗୋଆରେ ଚାଲିଥିବା ୫୪ ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଫିଲ୍ମ ବଜାରରେ ପିଚିଂ ହୋଇଥିଲା। ବିଏନ୍‌ଆର୍‌ ଫିଲ୍ମସ୍‌ ବ୍ୟାନରରେ ହେବାକୁ ଫିଲ୍ମ ‘ହାବସପୁରୀ ଉଇଭିଙ୍ଗ ଦି ସେକେଣ୍ଡ ଆଣ୍ଡ ଲାଷ୍ଟ ଡେଥ’ର ନିର୍ଦେଶକ ମୟୂର ମହାପାତ୍ର ଏହାକୁ ଉପସ୍ଥାପନ କରିଥିଲେ।

ସେହିଭଳି ମୁମ୍ବାଇରେ ଅବସ୍ଥାପିତ ନିର୍ଦ୍ଦେଶକ ଆଠମଲ୍ଲିକର ବିଶ୍ୱରଞ୍ଜନ ପ୍ରଧାନଙ୍କ ଫିଚର ଫିଲ୍ମ ପ୍ରମାଣପତ୍ର ସ୍କ୍ରିନ ରାଇଟର ଲାଵକୁ ମନୋନୀତ ହୋଇଛି। ଏହି ଫିଲ୍ମ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତିକୁ ନେଇ ହୋଇଥିବା ଏକ ବାସ୍ତବ କାହାଣୀକୁ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି। ଲଣ୍ଡନରେ ଅବସ୍ଥାପିତ ନିର୍ମାତା ପାର୍ଥ ସାରଥି ପଣ୍ଡା ଓ ଟିଟିଲାଗଡ଼ର ଯୁବ ନିର୍ଦେଶକଙ୍କ ଫିଚର ଫିଲ୍ମ ବାଘୁଣୀ ଡ୍ୟାନ୍ସ ଲାଇକ ଏ ଟାଇଗର କୋ ପ୍ରଡକ୍ସନ ମାର୍କେଟ ଫିଚର୍‌କୁ ମନୋନୀତ ହୋଇଛି। ନିର୍ମାତା ନିର୍ଦେଶକ ନୀଳମାଧବ ପଣ୍ଡା ଓ ନିର୍ଦ୍ଦେଶକ ଭିମୁକ୍ତି ଜୟ ସୁନ୍ଦରାଙ୍କ ଡକ୍ୟୁମେଣ୍ଟାରି ଫିଲ୍ମ ଫାଇଣ୍ଡିଙ୍ଗ ଲଙ୍କା କୋ ପ୍ରଡକସନ ମାର୍କେଟ ଡକ୍ୟୁମେଣ୍ଟାରିକୁ ମନୋନୀତ ହୋଇଛି। ଏହି ଫିଲ୍ମଟି ଶ୍ରୀଲଙ୍କାର ବହୁ ସ୍ଥାନ ରାମାୟଣ ସହିତ ସାମଞ୍ଜସ୍ୟ ରହିଛି। ସେହିଭଳି  ସୋନପୁରର ଲଙ୍କେଶ୍ୱରୀ ମନ୍ଦିର, ଲଙ୍କା ପୋଡ଼ି ଯାତ୍ରା ଉପରେ ଆଧାରିତ ଅଟେ। ପଶ୍ଚିମ ଓଡ଼ିଶାର ୪ଟି ଡକ୍ୟୁମେଣ୍ଟାରି ଓ ଫିଚର ଫିଲ୍ମ  ଗୋଆର ଫିଲ୍ମ ବଜାରରେ କମାଲ ଦେଖାଇବା ସହିତ ଫିଲ୍ମ ନିବେଶକଙ୍କୁ ଆକୃଷ୍ଟ କରିଛି। ଏହା ପଶ୍ଚିମ ଓଡ଼ିଶାର ଡକ୍ୟୁମେଣ୍ଟାରି ଓ ଫିଚର ଫିଲ୍ମ ନିର୍ମାତାଙ୍କ ମଧ୍ୟରେ ଉତ୍ସାହ ଆଣି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe