କର୍ଲାମୁଣ୍ଡା (ଭଜଶ୍ୟାମ ସାହୁ):କଳାହାଣ୍ଡିଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଏସ୍‌ଏଚ୍‌ଜି ଦ୍ବାରା ପରିଚାଳିତ ମଣ୍ଡିରେ ଶହଶହ କୁଇଣ୍ଟାଲ ଧାନ ପଡିରହିଥିବା ଦେଖାଯାଇଛି। ମିଲର୍ସମାନେ ଟ୍ରକ ଠିକ୍‌ ଭାବରେ ପଠାଉନଥିବାରୁ ଏପରି ଅଚଳାବସ୍ଥା ରହୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀମାନେ କୁଇଣ୍ଟାଲ ପିଛା ୫କିଲୋ ସହ ବସ୍ତା ପ୍ରତି କେଜିଏ ଧାନଦେବାକୁ ସମ୍ମତ ହୋଇଥିଲେ ବି ମିଲର୍ସଙ୍କ ମନମାନି ହେତୁ ଧାନ ଉଠୁନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଚାଷୀ କେତେଦିନ ଆଉ ପୋଷଣ କରିବ ଓ କେତେଦିନ ଯାଏ ଶୀତକାକରରେ ଶୁଆଇବ ବୋଲି ଆଲୋଚନା ହେଉଛି।

Advertisment

କ୍ରୟସଂସ୍ଥା ଏସ୍‌ଏଚ୍‌ଜି ପକ୍ଷରୁ ୧ତାରିଖ ଠାରୁ ୧୨ତାରିଖ ମଧ୍ୟରେ ଆସିଥିବା ଟୋକନର ଧାନ ଉଠାଣକରାଯାଉଥିବାର ନୋଟିସ ମରାଯାଇଛି। କିନ୍ତୁ ଏବେ ବି ଏହି ସମୟ ସୀମା ମଧ୍ୟରେ ଆସିଥିବା ଟୋକନର ଚାଷୀମାନଙ୍କ ଧାନ ମଣ୍ଡିରେ ପଡିରହିଛି। ଦିନକୁ ମାତ୍ର ଗୋଟିଏ, ଦୁଇଟି ଟ୍ରକ ଆସୁଥିବା ଦେଖାଯାଇଛି। ଏହି ମଣ୍ଡିରେ ଧାନ ଉଠାଇବା ପାଇଁ ୫ଟି ମଲର୍ସ କୁ ଦାୟିତ୍ୱ ଦିଆଯାଇଛି। ସମଲେଶ୍ୱରୀଫୁଡ ପ୍ରଡକ୍ଟ କୁ ତିନିହଜାର କୁଇଣ୍ଟାଲ, ବାଲାଜୀ ଏଗ୍ରୋ ଇଣ୍ଡଷ୍ଟ୍ରିଜକୁ ୩୫୦୦ କୁଇଣ୍ଟାଲ, ଲକ୍ଷ୍ମୀନାରାୟଣ ପେଡି ପ୍ରଡକ୍ଟକୁ ଦୁଇହଜାର କୁଇଣ୍ଟାଲ, ଜୟ ଜଗଦମ୍ବା ରାଇସ ଟେକନୋ ପ୍ରାଃଲିଟ କୁ ୩୭ କୁଇଣ୍ଟାଲ ଟାର୍ଗେଟ ଦିଆଯାଇତିବା ବେଳେ ଗତକାଲି ସୁଦ୍ଧା ପ୍ରାୟ ୪ହଜାର କୁଇଣ୍ଟା ଧାନ ଉଠିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: Pakistan Threatened India: ପାକିସ୍ତାନ, ବାଂଲାଦେଶ ଏବଂ ଚୀନ୍ ଏକାଠି ଭାରତ ଉପରେ ଆକ୍ରମଣ କଲେ ବିଜୟ ନିଶ୍ଚିତ: ପାକ୍ ନେତା

ମାନୁ ନାହାନ୍ତି ଚାଷୀ!

ତେବେ ମଣ୍ଡିରେ ଧାନ ଗଦା ହେବା ଓ ଧାନ ନ ଉଠିବା ନେଇ କ୍ରୟସଂସ୍ଥା ଜଗନ୍ନାଥ ଏସଏଚଜି କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେମାନେ କହିଛନ୍ତି ଯେ ଆମେ ୧୨ ତାରିଖ ମଧ୍ୟରେ ଆସିଥିବା ଟୋକନର ଧାନ ଉଠିବାଇବା ପାଇଁ ନୋଟିସ ମାରିଛୁ। ହେଲେ ଏହା ପରର ତାରିଖରେ ଆସିଥିବା ଟୋକନର ଚାଷୀମାନେ ବି କଥା ନ ମାନି ଧାନ ପକାଇଛନ୍ତି। ଏପରିକି ଅଦ୍ୟାବଧି ଟୋକନ ନ ଆସିଥିବା ବହୁ ଚାଷୀ ବି ଧାନ ପକାଇଥିବାରୁ ମଣ୍ଡିରେ ଅଧିକ ଧାନ ଥିବା ଦେଖାଯାଉଛି ବୋଲି ପ୍ରକାଶ କରିଥିଲେ। ତେବେ ଟୋକନ ଲ୍ୟାପ୍ସନହେବା ପାଇଁ ତୁରନ୍ତ ୧୨ ତାରିଖ ମଧ୍ୟରେ ଟୋକନର ଧାନ ଉଠାଇବା ସହ ପାଇଁ ଦାବି ହେଉଛି। ସେହିପରି ୧୨ ତାରିଖ ପରିବର୍ତ୍ତେ ଟୋକନ ଗୁଡିକୁ ମଧ୍ୟ ଯେପରି ଲ୍ୟାପ୍ସ ନହେବ ସେଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଦାବୀ ହେଉଛି। ତେବେ ମିଲର୍ସ ମାନେ ଅଧିକ ସଂଖ୍ୟାରେ ଟ୍ରକ ପଠାଇବାକୁ ପ୍ରଶାସନ ନିର୍ଦ୍ଧେଶ ଦେବାକୁ ଚାଷୀମାନେ ଦାବି କରିଛନ୍ତି। 

ଆହୁରି ପଢ଼ନ୍ତୁ: Chamayavilakku Festival: ଭାଗ୍ୟବତୀଙ୍କୁ ପ୍ରସନ୍ନ ପାଇଁ ପିନ୍ଧିବାକୁ ପଡେ ଶାଢ଼ୀ-ଚୁଡ଼ି: କେଉଁଠି ହୁଏ ନିଆରା ପରମ୍ପରା