ଧର୍ମଗଡ଼ରେ ଆଇପିଏଲ୍ ବେଟିଂ: ଜଣେ ଗିରଫ, ନଗଦ ୭୦ ହଜାର ଟଙ୍କା ଓ ଗୋଟିଏ ଟଙ୍କାଗଣା ମେସିନ ଜବତ

Advertisment
ଧର୍ମଗଡ଼ରେ ଆଇପିଏଲ୍ ବେଟିଂ: ଜଣେ ଗିରଫ, ନଗଦ ୭୦ ହଜାର ଟଙ୍କା ଓ ଗୋଟିଏ ଟଙ୍କାଗଣା ମେସିନ ଜବତ

ଧର୍ମଗଡ଼: ଆଇପିଏଲ ବେଟିଂ କରି ଅଧିକ ଲାଭବାନ ହେବା ଲାଗି ବର୍ତ୍ତମାନ ଏହି ବେଟିଂର ଚେର ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଲମ୍ବିଛି। ଏହି ଖେଳ ସହରାଞ୍ଚଳଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଚାଲିଥିବା ବେଳେ ଗତକାଲି ଧର୍ମଗଡ଼ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଧର୍ମଗଡ଼ ସହରର କେନ୍ଦୁମୁଣ୍ଡୀପଡ଼ାରେ ରହୁଥିବା ଜୁନାଗଡ଼ ସହରର ରାକେଶ ରଞ୍ଜନ ଚୌଧୁରୀ ଆଇପିଏଲ ବେଟିଂ କରୁଥିବା ଅଭିଯୋଗରେ ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଧୀରଜ କୁମାର ଚୋପଦାର, ଧର୍ମଗଡ ଥାନାଧିକାରୀ ଦୀପାଞ୍ଜଳି ପ୍ରଧାନ ଓ  ପୁଲିସ ଦଳ ଚଢ଼ାଉ କରିଥିଲେ।  ଆଇପିଏଲ ବେଟିଂ କରୁଥିବା ଶ୍ରୀ ଚୌଧୁରୀଙ୍କୁ  ଗିରଫ କରାଯାଇଛି। ପୁଲିସ  ତାଙ୍କଠାରୁ ନଗଦ ୭୦ ହଜାର ଟଙ୍କା, ଗୋଟିଏ କାର , ୮ ଟି ବିଭିନ୍ନ କମ୍ପାନିର ଦାମୀ ମୋବାଇଲ, ୨ଟି ପାସବୁକ, ବିଭିନ୍ନ ବ୍ୟାଙ୍କର ୪ଟି ଏଟିଏମ୍ କାର୍ଡ  ଓ ଡେଲ କମ୍ପାନିର ଗୋଟିଏ ଲାପଟପ ଜବତ କରିଛି।

ଏପରିକି ଅଭିଯୁକ୍ତ ତାଙ୍କ ସମ୍ପର୍କୀୟଙ୍କ ନାମରେ ଥିବା ଧର୍ମଗଡ ଡିସିବି ବ୍ୟାଙ୍କ ,ଆକ୍ସିସ ବ୍ୟାଙ୍କର ମୋଟ ୧ କୋଟି ୪୫ ଲକ୍ଷ ଟଙ୍କାକୁ ଧର୍ମଗଡ଼ ପୁଲିସ ଫ୍ରିଜ କରିଛି।
ଏହି ଖେଳରେ ଧର୍ମଗଡ ଅଞ୍ଚଳର ବହୁ ଲୋକ ସାମିଲ ଥିବା ପୁଲିସ ସୁରାକ ପାଇଛି ଓ ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe