କଳାହାଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗ

Advertisment
କଳାହାଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକରେ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ଅଭିଯୋଗ  ହୋଇଛି ।  ଯୋଗ୍ୟ ହିତାଧିକାରୀ ମାନେ ଷାଠିଏ ପରେ ବି ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ରହୁଥିବା ଦେଖିବାକୁ ମିଳୁଛି। ପ୍ରଶାସନ ଷାଠିଏ ପୁରି ନ ଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ଅଶି ବର୍ଷ ବୟସ ପରର ଭତ୍ତା ଦେଇଥିବା ଅଭିଯୋଗ ଆସୁଛି ।

ମଦନପୁର ରାମପୁର ବ୍ଲକର ଉର୍ଳାଦାନୀ ପଂଚାୟତ ଗାଦାଡି ଗ୍ରାମରେ ଶ୍ରାବଣୀ ନାଏକ, ରଶିକ ନାଏକଙ୍କ ଭଳି ଅନେକ ଯୋଗ୍ୟ ହିତାଧିକାରୀ ଷାଠିଏ ପରେ ବି ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଭତ୍ତା ପାଇଁ ଅନେକ ଥର ପଞ୍ଚାୟତ ତଥା ବ୍ଲକରେ ଲିଖିତ ଆବେଦନ ହୋଇଥିଲେ ମଧ୍ୟ ଅଧିକାରୀଙ୍କ ଅବହେଳା କାରଣରୁ ଗାଦାଡି ଗ୍ରାମର ଅନେକ ବୃଦ୍ଧା ବର୍ଦ୍ଧିତ ଭତ୍ତା ପାଇ ପାରିନାହାନ୍ତି। ଏ ପଟେ ମଦନପୁର ରାମପୁର ପଞ୍ଚାୟତର ଗୌଡ଼କେଲା ଗ୍ରାମରେ ଜୈନେକ ବ୍ୟକ୍ତିଙ୍କ ବଡଭାଇ ଏଯାବତ ଷାଠିଏ ପରର ବାର୍ଦ୍ଧକ୍ୟ ଭତ୍ତା ପାଇ ନ ଥିବାବେଳେ ସାନ ଭାଇକୁ ଅଶୀ ବର୍ଷ ବୟସ ପରର ବାର୍ଦ୍ଧକ୍ୟ ସହାୟତା ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଉକ୍ତ ବ୍ୟକ୍ତି ବିଶେଷଙ୍କ ବାର୍ଦ୍ଧକ୍ୟ ଭତ୍ତା କାର୍ଡକୁ ପଞ୍ଚାୟତ ତରଫରୁ ପିଇଓଙ୍କ ଦ୍ଵାରା ରଦ୍ଦ କରାଯାଇଥିଲେ ମଧ୍ୟ ଯୋଗ୍ୟ ହିତାଧିକାରୀ ଚୟନରେ ବ୍ୟାପକ ରୂପେ ଅନିୟମିତତା ଦେଖା ଯାଉଥିବାରୁ ଏ ନେଇ ତଦନ୍ତ କରାଯାଉ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ବ୍ଲକ କାର୍ଯ୍ୟାଳୟ ର କର୍ମଚାରୀ ମାନଙ୍କ ସହିତ ଭଲ ସଂପର୍କ ଥିବା ବ୍ୟକ୍ତିଙ୍କ ଆବେଦନ କୁ ପ୍ରାଥମିକତା ଦିଆ ଯାଉଥିବା ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ଗାଦାଡି ଗ୍ରାମ ର ଶ୍ରାବନି,ରଶିକ ଙ୍କ ପରି ଅନେକ ଯୋଗ୍ୟହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବା ପାଇଁ ଗ୍ରାମବାସୀଙ୍କ ଦ୍ବାରା ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe