ଜନସାଧାରଣଙ୍କ ପ୍ରଶ୍ନବାଣରେ ହଟହଟା ହେଲେ ଜୁନାଗଡ଼ ବିଧାୟକ

ଜନସାଧାରଣଙ୍କ ପ୍ରଶ୍ନବାଣରେ ହଟହଟା ହେଲେ ଜୁନାଗଡ଼ ବିଧାୟକ

ଭବାନୀପାଟଣା: ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସାରା ରାଜ୍ୟରେ ଚାଲିଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ବୋର୍ଡି ପଞ୍ଚାୟତରେ ମଧ୍ୟ ଏହି କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଥିଲା। ଏଥିରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଫେରୁଥିବା ବେଳେ ଗେଟ ସମ୍ମୁଖରେ ଦୁଇ ଯୁବକଙ୍କ ପ୍ରଶ୍ନବାଣରେ ହଟହଟା ହୋଇଥିଲେ।

ପ୍ରକାଶ ଯେ, ବୋର୍ଡି ଗ୍ରାମର ପରାଭୋଏ ପଡ଼ାକୁ ଷ୍ଟ୍ରିଟ୍ ଲାଇଟ ଏବଂ ଚୂଡ଼ା ପରାଭୋଏଙ୍କ କାକା ସୁରେନ୍ଦ୍ର ପରାଭୋଏଙ୍କୁ ଆବାସ ଯୋଜନା ଘର ଯୋଗାଇଦେବାକୁ ଦୀର୍ଘ ଦିନ ଧରି ପ୍ରତିଶ୍ରୁତି ଦେଇଥିଲେ। ତାହା ପୂରଣ ନହେବାରୁ ଚୂଡ଼ା ପରାଭୋଏ ଓ ପୂରନ ପରାଭୋଏ ବିଧାୟକଙ୍କ ଗାଡ଼ିକୁ ଗେଟ ସମ୍ମୁଖରେ ଅଟକାଇ ଜବାବ ମାଗିଥିଲେ। ଏହି ସମୟରେ ଦିବ୍ୟଶଙ୍କର ମିଶ୍ର କୌଣସି ଉତ୍ତର ନଦେଇ ଚୁପ ରହିଥିଲେ। ତାଙ୍କ ପିଏସ୍ଓ ଗାଡ଼ିରୁ ଓହ୍ଲାଇବା ପରେ  ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଜଣେ ଯୋଗ୍ୟ ହତାଧିକାରୀଙ୍କୁ ଦେଇଥିବା ପ୍ରତିଶ୍ରୁତିର ସମାଧାନ ପରିବର୍ତ୍ତେ ତାଙ୍କୁ ହଲ୍ଲାପଟା ନେଇ ସାଧାରଣରେ ସାମୟିକ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ବିଧାୟକଙ୍କ ଗାଡ଼ି ଘଟଣାସ୍ଥଳରୁ ଚାଲିଯିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe