ସିଝା ଧାନରେ ପଡ଼ି ଶ୍ରମିକ ମୃତ

ସିଝା ଧାନରେ ପଡ଼ି ଶ୍ରମିକ ମୃତ

କେସିଙ୍ଗା: କେସିଙ୍ଗା ବ୍ଲକ୍‌ ଜୋଲକୋସ୍ଥିତ ସିଦ୍ଧାର୍ଥ ରାଇସ ମିଲର ସିଝା ଧାନ ଭିତରେ ପଡ଼ି ଯିବାରୁ କୃଷ୍ଣଚନ୍ଦ୍ର ଭୋଇ(୪୬)ଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। କେସିଙ୍ଗା ଶବକୁ ଜବତ କରି ଘଟଣାର ତଦନ୍ତ କରୁଛି।
ପ୍ରକାଶ ଯେ, ସୋମବାର ବିଳମ୍ବିତ ରାତ୍ରରେ ସିଝା ଧାନ ହାଣ୍ଡିରୁ ଧାନ ବାହାରୁ ଥିବାବେଳେ ଏହି ବ୍ୟକ୍ତି ଜଣକ ପଡି ଯାଇଥିଲେ। ପରେ ମିଲର କର୍ମଚାରୀମାନେ ତାଙ୍କୁ ଉଦ୍ଧାର କେସିଙ୍ଗା ଡାକ୍ତରଖାନାକୁ ଆଣିଥିଲେ, ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ କେସିଙ୍ଗା ଆଇଆଇସି ବାସୁଦେବ ଛତ୍ରିଆଙ୍କ ନେତୃତ୍ୱରେ ପୁଲିସ ଟିମ ଶବ ଜବତ କରିବା କରିବା ସହ ତଦନ୍ତ କରିଥିଲେ। ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ମିଲ ମାଲିକ ଶ୍ରମିକଙ୍କ ମୃତ ଶ୍ରମିକ ପରିବାରବର୍ଗକୁ ଆର୍ଥିକ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe