ମାଣିକେରା  ଓ ଉର୍ଲାଦାନି ଅଞ୍ଚଳରେ ମାଓ ପୋଷ୍ଟର, କମ୍ବିଂ ଅପରେସନ ବନ୍ଦ କରିବାକୁ ଏସପିଙ୍କୁ  ଚେତାବନୀ

Advertisment
ଦୁର୍ଦ୍ଦାନ୍ତ ମାଓ ନେତା ଦୁବାସି ଶଙ୍କର ଗିରଫ, ସୂଚନା ଦେଲେ ଡିଜି ଅଭୟ

The Economic Times

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ମାଣିକେରା ଓ ଉର୍ଲାଦାନୀ ଅଞ୍ଚଳରେ କେକେବିଏନ ଡିଭିଜନାଲ ମାଓ କମିଟି ପକ୍ଷରୁ କମ୍ବିଂ ଅପରେସନ ବନ୍ଦ କରିବାକୁ ମାଓ ପୋଷ୍ଟରରେ ଧମକ ଦିଆ ଯାଇଛି । ନଚେତ ମାଟିରେ ମିଶାଇ ଦିଆଯିବ ବୋଲି ଚେତାବନୀ ଦେବା ଘଟଣା ସାଧାରଣ ରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଓ କନ୍ଧମାଳ ଜିଲ୍ଲା ଅଞ୍ଚଳରେ ଦୀର୍ଘ ବର୍ଷ ଧରି ମାଓବାଦୀମାନେ ନିଜର ସ୍ଥିତିକୁ ଜାହିର କରି ଆସୁଛନ୍ତି । ବିଭିନ୍ନ ସମୟରେ  ସୀମାନ୍ତ ଇଲାକାକୁ ଲାଲ୍‌ବାହିନୀର ଗଡରୂପେ ବିବେଚିତ କରି ଅନେକ ତୁମୁଳ କାଣ୍ଡ ଘଟାଇ ଆସୁଛନ୍ତି ।

ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଓ କନ୍ଧମାଳ ସୀମାନ୍ତରେ ପୁଲିସ ଓ ସିଆରପିଏଫ ଯବାନ ମାନଙ୍କ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ଗତ କିଛିଦିନ ତଳେ ପୁଲିସ ଡ଼ିଜି ଅଭୟ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ଠୋସ ପଦକ୍ଷେପ ନେବା ପାଇଁ ରଣନୀତି ନେବା ପାଇଁ ପ୍ରସ୍ତୁତ ହୋଇଛି । ଅନ୍ୟ ପଟେ ମାଓବାଦୀମାନେ ମଧ୍ୟ ନିଜର ସ୍ଥିତିକୁ ଜାହିର କରି ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଯୋଗେ ପୁଲିସର କମ୍ବିଂ ଅପରେସନ ବିରୋଧରେ ଚେତାବନୀ ଦେଉଛନ୍ତି। ଗତକାଲି  କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଥାନା ଅନ୍ତର୍ଗତ ମାଣିକେରା ଓ ଉର୍ଲାଦାନୀର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର  ଲାଗିଥିବା ଦେଖିବାକୁ ମିଳିଥିଲା । ଏଥିରେ କେକେବିଏନ୍ ଡିଭିଜନାଲ୍ ମାଓ କମିଟି ତରଫରୁ ମାଣିକେରା ପଞ୍ଚାୟତର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ପାର୍ଶ୍ୱରେ ମାଓ ପୋଷ୍ଟର ଲାଗିଥିଲା । ସେହିଭଳି ଉର୍ଲାଦାନୀର ପଞ୍ଚାୟତର ଜୁରାଖମନ୍ ଫରେଷ୍ଟ ବଙ୍ଗଳା ନିକଟ ପ୍ରଧାନମନ୍ତ୍ରୀ ସଡକ ଯୋଜନା ସୂଚନା ଫଳକ ଉପରେ ପୋଷ୍ଟର ଲଗା ଯାଇଥିଲା ।ଏହି ପୋଷ୍ଟର ମାନଙ୍କରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ,  ସିର୍କୀ ଏନକାଉଣ୍ଟର ପାଇଁ କଳାହାଣ୍ଡି ପୁଲିସ ଏସପି ଦାୟୀ  ଅଟେ , ତେଣୁ ତାଙ୍କୁ ମାଟିରେ ମିଶାଇ ଦିଆଯିବ ବୋଲି ଧମକ ଦିଆଯାଇଛି । ସିର୍କିରେ ବଳିଦାନ୍ ଦେଇଥିବା ମାଓ କ୍ୟାଡରଙ୍କ ମୃତ୍ୟୁ ନିରର୍ଥକ ଯିବ ନାହିଁ । ଏସ୍ଓଜି ଓ ସିଆରପିଏଫିଙ୍କ କମ୍ବି ଅପରେସନ ବନ୍ଦ କରାଯାଉ ନଚେତ୍ ପରିଣାମ ଭୟାବହ ହେବ । ପୁଲିସର ମାମଲତକାର ସାଜିଥିବା  ସୁରେଶ ତାଣ୍ଡିକୁ ପ୍ରଜା କୋର୍ଟରେ ମୃତ୍ୟୁଦଣ୍ଡ ଦିଆଯିବ । ପୁଲିସ୍ ଇନଫର୍ମର ଇଶ୍ୱର ମାଝୀ ଓ ଅଜିତ୍ ମାଝୀ ଙ୍କୁ ପ୍ରଜା କୋର୍ଟରେ ଖୁବ ଶୀଘ୍ର ମୁତ୍ୟୁଦଣ୍ଡ ଦିଆଯିବ । ସିଆରପିଏଫ ଓ ଏସ୍ଓଜି କମ୍ବି ଅପରେସନ ବନ୍ଦ ନକଲେ ସୁଧୀର କୁମାର ଟୁଡୁ ଓ  ଦେବାଶିଷ ସେଠୀ ଭଳି ସମସ୍ତ ପୁଲସ ବାହାନୀକୁ ଧୁଳିସାତ୍ କରି ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଏହା ସହିତ କେକେବିଏନ୍ ମାଓ ସଂଗଠନକୁ ବିପୁଳ ମାତ୍ରାରେ ଜନସମର୍ଥନ ଲୋଡିଥିବା ବେଳେ ହଜାର ହଜାର ସଂଖ୍ୟାରେ ଏହି ସଂଗଠନରେ ଯୁବକ ଓ ଯୁବତୀ ମାନେ ଅଂଶ ଗ୍ରହଣ କରିବାକୁ ମାଓ ପୋଷ୍ଟର ମାଧ୍ୟମରେ ନିବେଦନ କରାଯାଇଅଛି । ପୁଲିସ ଡ଼ିଜି ଅଭୟଙ୍କ ଗସ୍ତର ଦୁଇଦିନ ନ ପୁରୁଣୁ ମାଓ ପୋଷ୍ଟରରେ ପୁଲିସକୁ ଚେତାବନୀ ଦେବା ଘଟଣା ସାଧାରଣ ରେ ଆଲୋଡନ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ ଯେ , ଚଳିତ ବର୍ଷ ସେପ୍ଟମ୍ବର ୮ ତାରିଖ ଦିନ କଳାହାଣ୍ଡି କନ୍ଧମାଳ ସୀମାନ୍ତ ସିର୍କୀ ଜଙ୍ଗଲରେ ମାଓକ୍ୟାମ୍ପ ଉପରେ ଉଭୟ ଏସ୍ଓଜି ଓ ସିଆର୍‌ପିଏଫ୍‌ର ମିଳିତ ଅପରେସନ୍ ରେ ୫ ଜଣ ମାଓବାଦୀ ନିହତ ହେବା ସହ ୨ ଏସ୍ ଓଜି ଯବାନ୍ ସୁଧୀର କୁମାର ଟୁଡୁ ଓ ଦେବାଶିଷ ସେଠୀ ସହିଦ୍ ହୋଇଥିଲେ । ଏହାପରେ କିଛିଦିନ ତଳେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ଇଲାକାରେ ମଧ୍ୟ ମାଓବାଦୀ ମାନେ ପୋଷ୍ଟର ଲଗାଇଥିଲେ । ମାଓ ଦମନ ନେଇ ପୁଲିସ ଡ଼ିଜିଙ୍କ ବାରମ୍ବାର କଳାହାଣ୍ଡି ଗସ୍ତ ଓ ଅନ୍ୟ ପଟେ ରକ୍ତମୁଖା ମାଓ ସଂଗଠନ ସିମାନ୍ତ କନ୍ଧମାଳ ଓ କଳାହାଣ୍ଡିରେ ତାଙ୍କ ଉପସ୍ଥିତି ଯାହିର କରିବା ସହ ପୋଷ୍ଟର ମାରି ସରକାର ଓ ପୁଲିସ୍ ପ୍ରଶାସନକୁ ବାରମ୍ବାର ଚେତାବନୀ ଦେବା ଘଟଣା ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।

ଅନ୍ୟ ପକ୍ଷରେ ଲାଲ ବାହିନୀ ପକ୍ଷରୁ ପୁଲିସ ଏସପିଙ୍କୁ ହତ୍ୟା ଧମକ ଦେବା ଘଟଣା ସାଧାରଣ ରେ ଛାଞ୍ଚଲ୍ୟ ଖେଳି ଯାଇଛି । ଏନେଇ କଳାହାଣ୍ଡି ପୁଲିସ ଏସପିଙ୍କୁ ପଚାରିବାରୁ ମାଓ ପୋଷ୍ଟର ସମ୍ପର୍କରେ ତଦନ୍ତ ଜାରି ରହିଛି । କମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ କ୍ୟାଡ଼ର ମାନେ ମୃତ୍ୟୁ ହୋଇଥିବା ନେଇ ଛାନିଆ ହୋଇ ଏଭଳି ପୋଷ୍ଟର ଲଗାଉଛନ୍ତି । ପୁଲିସ ପକ୍ଷରୁ ଏନେଇ ସତର୍କ ଦୃଷ୍ଟି ରଖାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe