ଭବାନୀପାଟଣା: ଭବାନୀପାଟଣା ସହରସ୍ଥିତ ନକଟିଗୁଡା ଟିଭିସେଣ୍ଟରପଡାର ଜଣେ ବିଧବା ମହିଳା ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାରର ପୈତୃକ ସମ୍ପତ୍ତ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।
ପ୍ରକାଶ ଯେ, ବଜାରପଡାର ଅବଦୁଲ ହବିବଙ୍କ ସହ ହିନ୍ଦୁ ସଂପ୍ରଦାୟର ମହିଳାଙ୍କ ପ୍ରେମ ହୋଇଥିଲା। ହିନ୍ଦୁ ସଂପ୍ରଦାୟର ହୋଇଥିବାରୁ ମୁସଲିମ ନିୟମ ଅନୁସାରେ ମସଜିଦରେ ଦୁଇଜଣ ବିବାହ କରିଥିଲେ ଓ ମୁସଲିମ ଧର୍ମଗ୍ରହଣ କରି ସାହିଦା ବେଗମ ନାମରେ ପରିଚିତ ହୋଇଥିଲେ। ଗତ ୧୯୯୯ ମସିହା ଏପ୍ରିଲ ୩୦ ତାରିଖରେ ଅବଦୁଲ ହବିବଙ୍କ ମୃତ୍ୟୁ ଘଟିଥିଲା । ଅବଦୁଲ ହବିବଙ୍କ ମୃତ୍ୟୁ ପରେ ପରିବାର ଲୋକେ ହିନ୍ଦୁ ସଂପ୍ରଦାୟର ମହିଳା ବୋଲି ତାଙ୍କର ପତ୍ନୀ, ପୁଅ ଓ ୨ଝିଅଙ୍କୁ ମାଡ଼ ମାରି ଘରୁ ବାହାର କରିବା ସହିତ ପୈତୃକ ସମ୍ପତ୍ତିରୁ ବଞ୍ଚିତ କରିଥିଲେ। ଏନେଇ ସାହିଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାଛଡ଼ା ସ୍ଥାନୀୟ ମସଜିଦ କମିଟି ଓ ଓଡିଶା ମୁସଲିମ କମିଟିର ସଭାପତିଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲ। ଫଳରେ ସାହିଦା, ଝିଅ ରୁବିନା, ରୁକସାନା ଓ ପୁଅ ସାଲମାନଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us