ଟଙ୍କା ହଡ଼ପ ଅଭିଯୋଗ:ବେନଗାଁ ଏସ୍‌ବିଆଇ ଶାଖା ଘେରାଉ

ଟଙ୍କା ହଡ଼ପ ଅଭିଯୋଗ:ବେନଗାଁ ଏସ୍‌ବିଆଇ ଶାଖା ଘେରାଉ

ଲାଞ୍ଜିଗଡ଼: କଳାହାଣ୍ତି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବେନଗାଁଠାରେ ଥିବା ଏକ ଏସ୍‌ବିଆଇ ଶାଖାରେ ଗ୍ରାହକଙ୍କ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗରେ ଶୁକ୍ରବାର ଗ୍ରାହକମାନେ ବ୍ୟାଙ୍କ ଘେରାଉ କରିଥିଲେ।
ଭାରତୀୟ ଯୁବ ଛାତ୍ର ଫେଡେ଼ରେସନର ଡାକରାରେ ଯୁବ କମ୍ୟୁନିଷ୍ଟ ନେତା ବ୍ରିଟିଶ କୁମାର, ବେନଗାଁ ସରପଞ୍ଚ ସୁକାନ୍ତି ମାଝୀ, ସମିତି ସଦସ୍ୟ ନବୀନ ବିଶ୍ବାଳ, ନାଏବ ସରପଞ୍ଚ ଧନଞ୍ଜୟ ମାଝୀ, ଅକ୍ଷୟ ମାଝୀ, ଲାଖବାହାଲି ସରପଞ୍ଚ ରାମତୁ ମାଝୀ, ସମିତି ସଦସ୍ୟ ଶ୍ରୀରାମ ସାହୁଙ୍କ ନେତୃତ୍ବରେ ବିଜେପୁର, ଲାଖବାହାଲି, ପାହାଡ଼ପଦର, ମାଳିଯୁବାଙ୍ଗ, ବେନଗାଁ ଆଦି ପଞ୍ଚାୟତ ସମେତ ସଦର ବ୍ଲକର ଯୁଗସାଇପାଟଣା ପଞ୍ଚାୟତର ୫ଶହରୁ ଅଧିକ ଲୋକ ଏହି ଘେରାଉରେ ସାମିଲ ଥିଲେ। ଆନ୍ଦୋଳନକାରୀମାନେ ବେନଗାଁ ବଜାର ପଡ଼ିଆରୁ ଏକ ଶୋଭାଯାତ୍ରା ବାହାରି ବ୍ୟାଙ୍କକୁ ପହଞ୍ଚି ଥିଲେ। ସେଠାରେ ଶାଖା ପରିଚାଳକ ସୁଜିତ ଲାକ୍ରାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଅଭିଯୋଗ ଅନୁସାରେ ବେନଗାଁ ରାଧାକୃଷ୍ଣ ସ୍ବୟ˚ ସହାୟକ ଗୋଷ୍ଠୀର ଜମାଖାତାରୁ ୧୭ ହଜାର ଟଙ୍କା, ପେଙ୍ଗସୁରର ପ୍ରମିଳା ମହାନନ୍ଦଙ୍କ ୨୫୦୦ ଟଙ୍କା, ଲେରମୁହିଁ ଗାଁର ଦୁଃଖଦେଇ ମାଝୀଙ୍କ ୫ ହଜାର ଟଙ୍କା, ବାଇଗଣୀ ହରିଜନଙ୍କ ୨ ହଜାର ଟଙ୍କା, ଡ୍ରିକୁ ମାଝୀଙ୍କ ୧୨ ହଜାର ଟଙ୍କା, କଲ ମାଝୀଙ୍କ ୫ ହଜାର ଟଙ୍କା, ସ୍ବୟ˚ମ୍ବର ସାହୁଙ୍କ ୩ ହଜାର ଟଙ୍କା, ମଦନାବତୀ ରାଉତଙ୍କ ୬ ହଜାର ଟଙ୍କା, ଲଳିତା ମାଝୀଙ୍କ ୪ ହଜାର ଟଙ୍କା ଗାୟବ ହୋଇଥିବା ବେଳେ ଆହୁରି ଅନେକ ଗ୍ରାହକଙ୍କ ଟଙ୍କା ହଡପ କରାଯାଇଛି। ଏଠାରେ କାର୍ଯ୍ୟରତ କ୍ୟାସିୟର ଦେବାଶିଷ ମାଝୀ ଗ୍ରାହକଙ୍କ ଟଙ୍କା ହଡ଼ପ୍‌ରେ ସାମିଲ ଥିବା ସେମାନେ ଅଭିଯୋଗ କରିଥିଲେ। ଆସନ୍ତା ୩ ଦିନ ମଧ୍ୟରେ ଏହାର ଖୋଳତାଡ଼ କରାଯିବ ବୋଲି ଶାଖା ପରିଚାଳକ ଶ୍ରୀ ଲାକ୍ରା ପ୍ରତିଶ୍ରୁତି ଦେବା ପରେ ଲୋକେ ଘେରାଉରୁ ହଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe