ଲଡୁଗାଁ: କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ କାଉଡୋଳା- ବାଞ୍ଜିବାହାଲ ରାସ୍ତାର କମଳ ନଦୀ ନିକଟ ଏକ ପଡ଼ିଆରେ ଶୁକ୍ରବାର ଏକ ନବଜାତ ଶିଶୁର ଶବ ଉଦ୍ଧାର କରାଯାଇଛି। ଶିଶୁକୁ କେହି ମଲା ପରେ ଫିଙ୍ଗି ଦେଇଛି ନା ଜାଣିଶୁଣି ଫିଙ୍ଗି ଦେଇଛି ତାହା ଜଣାପଡ଼ି ନାହିଁ। ଅନୈତିକ ପ୍ରେମ ସମ୍ପର୍କ ଯୋଗୁଁ ନିଜ ପାପ ଲୁଚାଇବା ପାଇଁ କେହି ହୁଏତ ଏଭଳି କାମ କରିଥାଇ ପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଲୋକଙ୍କଠାରୁ ଖବରପାଇ ଆମପାଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହିତ କୋକସରା ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏନେଇ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us