ଜୁନାଗଡ: କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ମାଲଗୁଣ୍ଡ ଗ୍ରାମର ନବ ବିବାହିତା ପଦ୍ମିନୀ ରଣା (୨୦) ମଙ୍ଗଳବାର ରାତିରେ ବିଷପିଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ବୁଧବାର ରାତିରେ ଭାଗରଥୀ ରଣାଙ୍କ ସହିତ ସ୍ତ୍ରୀ ପଦ୍ମିନୀଙ୍କ ବଚସା ହୋଇଥିଲା। ଫଳରେ ପଦ୍ମିନୀ ବିଷପିଇ ଦେଇଥିଲେ। ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପଦ୍ମିନୀଙ୍କ ମୃତ୍ୟୁ ଘଟିଛି। ବେହେରା ଗାଁର ପଦ୍ମିନୀଙ୍କ ବାପା ତ୍ରିଲୋଚନ ରଣା ସନ୍ଧ୍ୟାରେ ଜୁନାଗଡ ଥାନାରେ ପଦ୍ମିନୀକୁ ହତ୍ୟା କରାଯାଇଥିବା ଅଭିଯୋଗ ନେଇ ଏତଲା ଦେଇଥିଲେ।
ନବ ବିବାହିତାଙ୍କ ଆତ୍ମହତ୍ୟା
Advertisment
Follow Us