ଖବରକାଗଜ ବିତରକଙ୍କ ଅକାଳ ବିୟୋଗ

Advertisment
ଖବରକାଗଜ ବିତରକଙ୍କ ଅକାଳ ବିୟୋଗ

କର୍ଲାମୁ: କର୍ଲାମୁଣ୍ଡା ବ୍ଲକର ରିଷିଡା ଅଞ୍ଚଳରେ ଖବରକାଗଜର ବିତରକ(ହକର ) ଗୟାଧର ନାଏକଙ୍କ ଆଜି ଅକାଳ ବିୟୋଗ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ହେଉଥିଲା। ସେ ଜଣେ ଲୋକପ୍ରିୟ ଯୁବକ ଥିଲେ।  ଗ୍ରାମର ପ୍ରତ୍ୟେକ ସଭାସମିତିର ନୋଟିସ ବୁଲାଇବା, ନିମନ୍ତ୍ରଣ କାର୍ଡ ବାଣ୍ଟିବା, ଲୋକଙ୍କୁ ବିଭିନ୍ନ ଖବର ଦେବା କାର୍ଯ୍ୟରେ ସେ ଆଗ ଖୋଜା ପଡୁଥିଲେ।

ରିଷିଡା ଗାନ୍ଧୀନଗର ପଡାର କବିରାଜ ନାଏକଙ୍କ ଏକମାତ୍ର ପୁତ୍ର ଗୟାଧରଙ୍କର ମଧ୍ୟ ଗୋଟିଏ ୧୨ ବର୍ଷର ଝିଅ ଟିଏ ଅଛି। ପୃତ୍ରକୁ ଅକାଳରେ ହରାଇ ବୃଦ୍ଧ ବାପା, ମା ଶୋକରେ ବୁଡ଼ିଯାଇଥିବା ବେଳେ ତାଙ୍କ ବିଧବା ପତ୍ନୀ ଓ ଝିଅ ବି ବାହୁନି ବାହୁନି କାନ୍ଦୁଛନ୍ତି। ତାଙ୍କ ଶବଧାରରେ ପ୍ରେସ କ୍ଲବ ସଭାପତି ନରୋତ୍ତମ ସେଲମା, ବରିଷ୍ଠ ସାମ୍ବାଦିକ କମ୍ବୁପାଣି ସାହୁ, ସତ୍ୟନାରାୟଣ କୁମାର, ସହପାଠୀ ତଥା ରିଞ୍ଜା ହାଇସ୍କୁଲ ଶିକ୍ଷକ ବେଲାର ପୁଟେଲଙ୍କ ସହ ବହୁଲୋକ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe