Advertisment

Press Meet: ପ୍ରାକୃତିକ ସମ୍ପଦ ସୁରକ୍ଷା ନେଇ ରାଜ୍ୟବ୍ୟାପୀ ସଚେତନ ଯାତ୍ରା

Advertisment

ଓଡିଶା ଲୋକ ଅଧିକାର ସାମ୍ମୁଖ୍ୟ ପକ୍ଷରୁ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ କ୍ରାନ୍ତି ବିନା ମୁକ୍ତି ଶାନ୍ତି ନାହିଁ ସ୍ଲୋଗାନ ଦେଇ ରାଜ୍ୟବ୍ୟାପୀ ସଚେତନତା ଯାତ୍ରା ଆରମ୍ଭ କରିଛି। କଳାହାଣ୍ଡି ଜିଲ୍ଲା ଦ୍ଵାର ଦେଶ କେସିଙ୍ଗାରେ ଏମାନେ ପହଂଚିବା ପରେ...

ଓଡିଶା ଲୋକ ଅଧିକାର ସାମ୍ମୁଖ୍ୟ ପକ୍ଷରୁ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ କ୍ରାନ୍ତି ବିନା ମୁକ୍ତି ଶାନ୍ତି ନାହିଁ ସ୍ଲୋଗାନ ଦେଇ ରାଜ୍ୟବ୍ୟାପୀ ସଚେତନତା ଯାତ୍ରା ଆରମ୍ଭ କରିଛି। କଳାହାଣ୍ଡି ଜିଲ୍ଲା ଦ୍ଵାର ଦେଶ କେସିଙ୍ଗାରେ ଏମାନେ ପହଂଚିବା ପରେ...

WhatsApp Image 2026-03-04 at 18.18.38

କେସିଙ୍ଗା: ଓଡିଶା ଲୋକ ଅଧିକାର ସାମ୍ମୁଖ୍ୟ ପକ୍ଷରୁ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ କ୍ରାନ୍ତି ବିନା ମୁକ୍ତି ଶାନ୍ତି ନାହିଁ ସ୍ଲୋଗାନ ଦେଇ ରାଜ୍ୟବ୍ୟାପୀ ସଚେତନତା ଯାତ୍ରା ଆରମ୍ଭ କରିଛି। କଳାହାଣ୍ଡି ଜିଲ୍ଲା ଦ୍ଵାର ଦେଶ କେସିଙ୍ଗାରେ ଏମାନେ ପହଂଚିବା ପରେ ଏହି ଅଭିକାନକୁ ସ୍ୱାଗତ କରାଯାଇଥିଲା। ପରେ ଆମ୍ବେଦକର ଭବନ ଠାରେ ଆୟୋଜିତ ସଭାରେ ସାମ୍ମୁଖ୍ୟର ମୁଖ୍ୟ ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା ଓଡ଼ିଶା ପରିବେଶ ବହୁତ ସଙ୍କଟ ଦେଇ ଗତି କରୁଛି ବୋଲି କହିଥିଲେ। 

ରାଜନୈତିକ ଦଳମାନେ କର୍ପୋରେଟ ଦ୍ୱାରା ପରିଚାଳିତ। ଏଣୁ ରାଜସ୍ୱ ଓ ବିକାଶ କଥା କହି ସବୁ ଖଣିକୁ ବହୁ ରାଷ୍ଟ୍ରୀୟ କମ୍ପାନି ହାତରେ ଟେକିଦେଲେଣି। ଫଳରେ ଧୀରେଧୀରେ ଓଡ଼ିଶାରେ ଝରଣା ହ୍ରାସ ପାଉଥିବାବେଳେ ନଦୀ ଶୁଷ୍କ ହୋଇ ବସିଲାଣି। ଗୋଟିଏ ପଟେ ସରକାର ବିକାଶ ର ନାରା ଦେଇ ଖଣି ଦେଉଥିବା କହୁଛନ୍ତି। ହେଲେ ରାଜ୍ୟରେ ଲକ୍ଷ ଲକ୍ଷ ଶ୍ରମିକ ଦାଦନମୁହାଁ। ତୃଣମୂଳସ୍ତରରେ ଆର୍ଥିକ ବିକାଶ କିଛି ନାହିଁ। ହସ୍ପିଟାଲରେ ମାଗଣାରେ ଔଷଧ ମିଳୁ ନାହିଁ। ମେଡ଼ିକାଲ କଲେଜ, ୟୁନିଭରସିଟିରେ ପ୍ରଫେସର ନାହାନ୍ତି। ଆଠାରୁ ଆହୁରି ଜଣ ଦୁସ୍ଥ ହୋଇ ପାରେ ବୋଲି ଶ୍ରୀ ସାମନ୍ତ ରାଏ କହିଛନ୍ତି। ଏବେଠୁ ଲୋକେ ଜାଗରଣ ନ ହେଲେ ଓଡ଼ିଶା ପରିବେଶ ଧ୍ବଂସ ହୋଇଯିବ। ଆଗାମୀ ପିଢ଼ିର ଭବିଷ୍ୟତ ଅନ୍ଧକାର ହୋଇଯିବ ବୋଲି କହିଛନ୍ତି।  

ରାଜ୍ୟର ଚାଷୀ ନେତା ଲିଙ୍ଗରାଜ ପ୍ରଧାନ ସାରା ଓଡିଶା ପର ପରିବେଶ ସବୁଠୁ ବିପଦ ଜନକ।ଯେଉଁ ଭଳି ମାଇନିଂ ଚାଲୁଚି ତାହା ୨୦୩୦ ବେଳକୁ ସବୁ ଖଣି ସରିଯିବ ଏବଂ ପରିବେଶ ସମ୍ପୂର୍ଣ୍ଣ ଧୂଳିସାତ ହୋଇଯିବ ବୋଲି କହିଛନ୍ତି। ବିକାଶ ନାରେ ବିନାଶ କରାଯାଉଛି। ଆଦିବାସୀ ମୁଖ୍ୟମନ୍ତ୍ରୀ ରାଜ୍ୟର ମୁଖ୍ୟମନ୍ତ୍ରୀ। ମାତ୍ର ସବୁଠୁ ଖଣି ଖନନ ପାଇଁ ଆଦିବାସୀ ପ୍ରଭାବିତ। ଆଦିବାସୀଙ୍କୁ ନ୍ୟାୟ ମିଳୁ ନାହିଁ। ତାଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀ ଲୋକ ଅଭିଯୋଗ କରି ପାରୁ ନାହାଁନ୍ତି ମାଇନିଂରେ ତାଙ୍କର ଦୁରବସ୍ଥା ନେଇ। ଆ ଠାରୁ ଆହୁରି ଜଣ ବିଡ଼ମ୍ବନା ହୋଇ ପାରେ ବୋଲି କହିଛନ୍ତି। ସରକାର ଆଖି ମୁଜା ବାଲି ଲିଜ ଦେଉଛନ୍ତି। ହେଲେ ଏତେ ବାଲି ଚୋରି ହେଉଛି ଯେ ଦିନ ଆସିବ ନଦୀ ହିଁ ଲୁପ୍ତ ହୋଇଯିବ। ସରକାର ଗୋଟିଏ ପଟେ  ଧାନର   ଇନପୁଟ ସବ୍ସସିଡି କଥା କହି ବାହା ବାହା ନେଉଛନ୍ତି। ହେଲେ ସେ ପଟେ ବର୍ଷେ ଇନପୁଟ ସବ୍ସିସିଡି ଦେଲା ପରେ ଏ ବର୍ଷ ଧାନ କିଣିବା ପାଇଁ କୁଂଥୁ କୁଂଥୁ କାହିଁକି।

ଆହୁରି ପଢ଼ନ୍ତୁ: Crime: ହୋଲିରେ ହିଂସା: କେଉଁଠି ହତ୍ୟା, କେଉଁଠି ମାରପିଟ୍ ପୁଣି କେଉଁଠି ଗୋଡ଼େଇ ଗୋଡ଼େଇ ହାଣିଲେ

ଏବେ ଚାଷୀଙ୍କୁ  ବିକଳ୍ପ ଚାଷ ର ଆହ୍ୱାନ କରୁଛି। କିନ୍ତୁ ବିକଳ୍ପ ଚାଷ କପା ଓ ଆଖୁ କରି ବିକ୍ରି କରି ନ ପାରି ବାର ଅବସ୍ଥା ହେଉଛନ୍ତି। ଯାହାକୁ ଦେଖି ଚାଷୀ ଏହି ଚାଷ ଆରମ୍ଭ କରିଥିଲେ ସେହି ସବୁ କୃଷି ଭିତ୍ତିକ କାରଖାନାକୁ ସରକାର ବନ୍ଦ କରିଦେଇ ବିକାଶ ନାରେ  ଖାଲି ଖଣି ବିକ୍ରୀ କରି ଚାଲିଛନ୍ତି ବୋଲି ସେ କହିଛନ୍ତି। ଡା ବିଶ୍ୱଜିତ ରାଏ ଏହି ସମ୍ବର୍ଦ୍ଧନା ସଭାର ଆବାହକ ଏ ସୁରେଶ ବାବୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୀୟମ ଗିରୀ ସୁରକ୍ଷା ସମିତି ର ଲିଙ୍ଗରାଜ ଆଜାଦ, ଆଦିବାସୀ ନେତା ସଂଜୀବ ମାଝୀ, ବ୍ରାସ ସଭାପତି ସୁରେଶ ମହାନନ୍ଦ, ଵାଲା ଷଣ୍ଡ, ମାଧବ ସୁନାନୀ,  ନିୟମ ଗିରୀ ଆନ୍ଦୋଳନ ଆବାହକସତ୍ୟ ମାହାର, ଅଭି ମହାନନ୍ଦ, ବିଶିଷ୍ଟ ସଙ୍ଗଠକ ଦେବେନ୍ଦ୍ର ଭୁଜବଲ ପ୍ରମୂଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe