ଜାରିଙ୍ଗ ମେଡିକାଲ କଲେଜ ଚଞ୍ଚକତା ଘଟଣା : ଚାରିବର୍ଷ ପରେ ଜନ୍‌ସନ ରାଜା ତାମିଲନାଡୁରୁ ଗିରଫ

ଜାରିଙ୍ଗ ମେଡିକାଲ କଲେଜ ଚଞ୍ଚକତା ଘଟଣା : ଚାରିବର୍ଷ ପରେ ଜନ୍‌ସନ ରାଜା ତାମିଲନାଡୁରୁ ଗିରଫ

ଭୁବନେଶ୍ୱର/ଭବାନୀପାଟଣା : ସର୍ଦାର ରାଜା ମେଡିକାଲ କଲେଜ ଓ ହସ୍ପିଟାଲ ନାଁରେ ୧୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ସେଲ୍‌ଭା ଏଜୁକେସନାଲ୍‌ ଆଣ୍ଡ ଚାରିଟେବଲ୍‌ ଟ୍ରଷ୍ଟର ପ୍ରତିଷ୍ଠାତା ଏ ଜନସେଲ୍‌ ରାଜା(୫୪)ଙ୍କୁ ଗିରଫ କରିଛି। ତାଙ୍କ ଘର ତାମିଲନାଡ଼ୁ କନ୍ୟାକୁମାରୀରେ।

ସୂଚନା ମୁତାବକ, ଗତ ୨୦୦୪ରେ କଳାହାଣ୍ଡି ଜିଲ୍ଲା ଜାରିଙ୍ଗ ଅଞ୍ଚଳରେ ମେଡିକାଲ୍‌ କଲେଜ୍‌ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ରାଜା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସହ ରାଜିନାମା ସ୍ୱାକ୍ଷର କରିଥିଲେ। ମେଡିକାଲ କେଲଜ ପ୍ରତିଷ୍ଠା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ରାଜାଙ୍କୁ ସ୍ଥାନୀୟ ଅଞ୍ଚଳର ୨୫ ଏକର ସରକାରୀ ଜମି ସହ ୧୦କୋଟି ଟଙ୍କା ଦେଇଥିଲା। ହେଲେ ମେଡିକାଲ କଲେଜ ପରିଚାଳନା ପାଇଁ ସେ ଭିତ୍ତିଭୂମିର ବିକାଶ କରି ନଥିଲେ। ଏମ୍‌ବିବିଏସ୍‌ରେ ନାମଲେଖା ପାଇଁ କାଗଜପତ୍ରରେ ଜାଲିଆତ କରି ମେଡିକାଲ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆଠାରୁ ୨୦୧୩-୧୪ ଏବଂ ୨୦୧୪-୧୫ ୨ଶିକ୍ଷା ବର୍ଷ ପାଇଁ ଅନୁମତି ଆଣିଥାଲେ। ତେବେ ମେଡିକାଲ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ଘଟଣା ବିଷୟରେ ଜାଣିବା ପରେ ୨୦୧୫-୧୬ ଶିକ୍ଷା ବର୍ଷରେ ନାମ ଲେଖା ପାଇଁ ଅନୁମତି ଦେଇ ନଥିଲେ। କାଉ୍‌ସିଲ୍‌ ନିୟମକୁ ଏଡ଼ାଇ ରାଜା ଏବଂ ତାର ସହଯୋଗୀ ଚଞ୍ଚକତା କରି ଏମ୍‌ବିବିଏସ୍‌ରେ ୧୨୪ ପିଲାଙ୍କ ନାମ ଲେଖାଇ କୋଟି କୋଟି ଟଙ୍କା ହଡ଼ପ କରିଥିଲେ। ଏନେଇ ଡବ୍ଲ୍ୟୁଓଡିସିର ସିଇଓ ଅଭିଯୋଗ ପରେ ଅର୍ଥନୈତିକ ଅପରାଧ ଶାଖା କେସ୍‌ ନଂ-୮ରେ ଆଇପିସି ଦଫା ୪୦୬,୪୦୯,୪୨୦,୪୬୭,୪୬୮,୪୭୧,୧୨୦(ବି)ରେ ମାମଲା ରୁଜୁ କରିଥିଲା। ଚୁକ୍ତିନାମାର ଖିଲାପ ନେଇ ଡବ୍ଳୁଓଡିସି ନିର୍ବାହୀଅଧିକାରୀ ପ୍ରେମାନିଧି ସେଠ ଜୁନାଗଡ଼ ଥାନାରେ ଏତଲା ଦେଇଥିଲେ।

ଗତ ୨୬ ତାରିଖରେ ଅର୍ଥନୈତିକ ଅପରାଧ ଶାଖା କନ୍ୟାକୁମାରୀ ସ୍ଥିତ ନଗରକୋଇଲ ଅଞ୍ଚଳରୁ ରାଜାଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କୁ ନଗରକୋଇଲି ମ୍ୟାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ହାଜର କରି ଟ୍ରାଞ୍ଜିଟ୍‌ ରିମାଣ୍ଡ ପାଇଁ ଆବେଦନ କରିଥିଲା। ଏହି ସମୟରେ ରାଜା ଅସୁସ୍ଥ ଥିବା ଦର୍ଶାଇବାରୁ ତାଙ୍କୁ ପ୍ରଥମେ କନ୍ୟାକୁମାରୀ ମେଡିକାଲ୍‌ କଲେଜ୍‌ ଓ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ରାଜାଜୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ସୁସ୍ଥ ହେବା ପରେ ୨ତାରିଖରେ ଓଡ଼ିଶା ଅଣାଯାଇଥିଲା। ଆଜି ତାଙ୍କୁ ଜୁନାଗଡ଼ ଜୁଡିସିଆଲ ମ୍ୟାଜିଷ୍ଟ୍ରେଟ୍‌ଙ୍କ ଫାଷ୍ଟକ୍ଲାସ୍‌ କୋର୍ଟରେ ହାଜର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe