ଏମିତି ବି ଆସେ ମୃତ୍ୟୁ: ସାଇକେଲରୁ ପଡ଼ିବାମାତ୍ରେ ଉଡ଼ିଗଲା ବୃଦ୍ଧଙ୍କ ପ୍ରାଣବାୟୁ

Advertisment
କୁଆଖାଇରେ ବୁଡ଼ି ନାବାଳକ ମୃତ

sisat

ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ରୁପ୍ରା ଗ୍ରାମପଞ୍ଚାୟତ ଅଧିନ ତିତକେଲା ଗ୍ରାମର ସୁରଥ ପଧାନ କୌଣସି କାମରେ ଆଜି ସକାଳୁ ଘରୁ ବାହାରି ଥିଲେ। ସେ ନିଜ ଘରୁ ସାଇକେଲରେ ଯାଉଥିବା ସମୟରେ ଭବାନୀପାଟଣା ଭାୟା ବାଲିପଡ଼ା ଦେଇ ଭୁବନେଶ୍ବର ଯାଇଥିବା ରାଜ୍ୟ ରାଜପଥର ବାଲିପଡ଼ାଠାରେ ହଠାତ୍ ସାଇକେଲରୁ ପଡ଼ିବାମାତ୍ରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ସମୟରେ ତାଙ୍କୁ ୬୦ବର୍ଷ ହେଉଥିବା ବେଳେ ତାଙ୍କର କୌଣସି ସନ୍ତାନସନ୍ତତି ନଥିଲେ।

ବର୍ତ୍ତମାନ ଘରେ ତାଙ୍କର  ପତ୍ନୀ ସେବତୀ ପଧାନ ରହିଛନ୍ତି। ଉକ୍ତ ଖବର ଗାଁରେ ପହଞ୍ଚିବା ପରେ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି। ଉକ୍ତ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଓ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ତାଙ୍କ ପତ୍ନୀ ଭାଙ୍ଗିପଡ଼ିଛନ୍ତି। ଏଣୁ ପ୍ରଶାସନ ପକ୍ଷରୁ ଉକ୍ତ ପରିବାରଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe