ପରୀ ମୃତ୍ୟୁଘଟଣାକୁ ନେଇ ଗର୍ଜିଲା ବିଜେପି; ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର ଦାବି ନେଇ କଳାହାଣ୍ଡିରେ ବିକ୍ଷୋଭ

Advertisment
ପରୀ ମୃତ୍ୟୁଘଟଣାକୁ ନେଇ ଗର୍ଜିଲା ବିଜେପି; ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର ଦାବି ନେଇ କଳାହାଣ୍ଡିରେ ବିକ୍ଷୋଭ

Sambad

ଭବାନୀପାଟଣା: ରାଜ୍ୟ ସରକାର ମା’କୁ ସମ୍ମାନ ଓ ମାଟିକୁ ସମ୍ମାନର ଡିଣ୍ଡିମ ପିଟୁ ଥିବା ବେଳେ କୋମଳମତି ଶିଶୁକନ୍ୟାମାନେ ମଧ୍ୟ ରାଜ୍ୟରେ ସୁରକ୍ଷିତ ନାହାନ୍ତି। ସରକାରଙ୍କ ନାରୀ ସଶକ୍ତିକରଣର ସ୍ଲୋଗାନକୁ ପଦାରେ ପକାଇ ଦେଇଛି। ନୟାଗଡ଼ର କୁନିଝିଅ ପରୀର ମୃତ୍ୟୁ ନେଇ ଏବେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ନେଇ ସାରା ରାଜ୍ୟରେ ଆଲୋଚନା ସମାଲୋଚନା ହେଉଥିବା ବେଳେ ବିଧାନସଭାରେ ମଧ୍ୟ ଏହି ଘଟଣାକୁ ସୃଷ୍ଟି ହୋଇଛି ତୁମ୍ଭିତୋଫାନ। ବିରୋଧୀ କଂଗ୍ରେସ ଓ ବିଜେପି ତରଫରୁ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।
ଏ ନେଇ ବିଜେପି ତରଫରୁ ସମଗ୍ର ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ ହେଉ ଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା ବିଜେପି ତରଫରୁ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ମହିଳା ମୋର୍ଚ୍ଚା ତରଫରୁ ଭବାନୀପାଟଣାସ୍ଥିତ ଗାନ୍ଧୀ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିଭଳି ମନ୍ତ୍ରୀ  ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ରାଜ୍ୟ ସରକାର ତୁରନ୍ତ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ସହ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ପରିକୁ ନ୍ୟାୟ ଦେବା ପାଇଁ ଦାବି କରିଥିଲେ।
ସେହିଭଳି ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ଏହି ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ମନ୍ତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ବିଜେପି ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିକ୍ଷୋଭକାରୀମାନେ ଚେତାବନୀ ଦେଇଥିଲେ। ଏହି ବିକ୍ଷୋଭରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ,  ମହିଳା ମୋର୍ଚ୍ଚା ସଭାନେତ୍ରୀ କୁନ୍ତୀ ପାଲ, ନିରୁପମା ନାୟକ, ରାଜ୍ୟ ସମ୍ପାଦିକା  ଶର୍ମିଷ୍ଠା ମେହେର,  ଜିଲ୍ଲାପରିଷଦ ଉପାଧ୍ୟାକ୍ଷ ଭବସିନ୍ଧୁ ମଙ୍ଗରାଜ,  ବରିଷ୍ଠ ବିଜେପି ନେତା ରମେଶ ମାଝୀ,  ଜୟଶଙ୍କର ନାୟକ, ବିଜୟଦେବ ସାହୁ,  ସନ୍ତୋଷ ବିଶି,  ଭାନୁ ପ୍ରକାଶ ରଥ ପ୍ରମୁଖ ସାମିଲ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe