କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନାର ପୁଲିସ ଏଏସ୍‌ଆଇ ଓ ଗ୍ରାମରକ୍ଷୀଙ୍କୁ ୨ ବର୍ଷ ଜେଲ୍

Advertisment
ଭଡ଼ାଟିଆକୁ ହତ୍ୟା ଉଦ୍ୟମ ମାମଲା : ଦୋଷୀକୁ ୫ ବର୍ଷ ସଶ୍ରମ କାରାଦଣ୍ଡ

Times Now

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନାର ପୁଲିସ ଏଏସ୍‌ଆଇ ଶିବ ନାରାୟଣ ଦୀପ ଓ ଗ୍ରାମରକ୍ଷୀ କୁମାର ଜଗତ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିବା ଘଟଣା‌େର ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦୁହିଁଙ୍କୁ ଦୁଇବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ହୋଇଛି। ସୂଚନା ମୁତାବକ, ୨୦୧୭ ମସିହା ଜୁନ ୧୧ ତାରିଖରେ ଧର୍ମଗଡ଼ ଥାନା ଅନ୍ତର୍ଗତ ଲୁହା ଗାଁର ଭୈରବ ଜଗତଙ୍କୁ ଏକ ମାମଲାରେ ପୁଲିସ ଏଏସ୍‌ଆଇ ଶ୍ରୀ ଦୀପ ଓ ଗ୍ରାମରକ୍ଷୀ ଶ୍ରୀ ଜଗତ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଶ୍ରୀ ଜଗତ ଭିଜିଲାନ୍ସକୁ ସୂଚନା ଦେବା ପରେ ରଙ୍ଗବୋଳା ୫ ହଜାର ଟଙ୍କା ନେଇ ଗ୍ରାମରକ୍ଷୀଙ୍କ ଜରିଆରେ ପ୍ରଦାନ କରିଥିଲେ। ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦ ଓ ଅନ୍ୟ କର୍ମଚାରୀମାନେ ଏହି ସମୟରେ ଚଢ଼ଉ କରିଥିଲେ। ଏ ନେଇ ଏକ ମାମଲା ରୁଜୁ ହୋଇଥିଲା। ଆଜି ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ବିଧାନ କୁମାର ଚାନ୍ଦ ଏହି ମାମଲାର ଶୁଣାଣି କରିଥିଲେ। ଉଭୟଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ ଓ ୩୦ ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମରକ୍ଷୀ ଲାଞ୍ଚ ପାଇଁ ପ୍ରରୋଚିତ କରିଥିବା ଯୋଗୁଁ ଅଧିକ ୧୦ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe