ମ. ରାମପୁର ଉପ କାରାଗାରରୁ ଫେରାର କଏଦୀ ଗିରଫ

Advertisment
ମ. ରାମପୁର ଉପ କାରାଗାରରୁ ଫେରାର କଏଦୀ ଗିରଫ

ରୁପ୍ରା: କଳାହାଣ୍ଡି ଜିଲ୍ଲା ମ. ରାମପୁର ଉପ କାରାଗାରରୁ ଗତ ୧୧ ତାରିଖ ଦିନ ସକାଳ ସମୟରେ ବିଚାରାଧୀନ କଏଦୀ ଭାବରେ ଥିବା ନର୍ଲା ବ୍ଲକ୍ ଅଧୀନ ରୁପ୍ରାରୋଡ୍ ଗ୍ରାମର ବିଶ୍ଵାମିତ୍ର ମାଝୀ କୌଶଳକ୍ରମେ ଫେରାର ହୋଇଥିଲେ। ଏକ ଘରୋଇ ମାମଲାରେ ସେ ବିଚାରାଧୀନ କଏଦୀ ଭାବରେ ଥିଲେ ମଧ୍ୟ ପରିବାର ଲୋକେ ଜାମିନ ଆବେଦନ କରିନଥିବାରୁ ମ. ରାମପୁର ଜେଲ୍ ରହିଥିଲେ। ତେବେ ସେ ଫେରାର ହେବାଠାରୁ ନର୍ଲା ପୁଲିସ୍ ତରଫରୁ ଖୋଜାଖୋଜି ଜାରି ରହିଥିଲା।

publive-image

ଆଜି କୌଣସି ସୂତ୍ରରୁ ଖବର ପାଇ ନର୍ଲା ଥାନା ଅଧିକାରୀ ଗଙ୍ଗାଧର ମେହେରଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ସକାଳୁ ଚିଆଁପଦର ଗ୍ରାମରୁ ଫେରାର୍ କୈଦୀ ବିଶ୍ଵାମିତ୍ର ମାଝୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ତେବେ ପୁଲିସ କର୍ମଚାରୀମାନଙ୍କୁ ଦେଖି ସେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ ସୁଦ୍ଧା ନର୍ଲା ପୁଲିସ୍ ଧରିବାରେ ସଫଳ ହୋଇପାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe