ଭବାନୀପାଟଣା : ବାଲି ଚୋରା ଚାଲାଣ ବେଳେ ପ୍ରଶାସନ ପକ୍ଷରୁ ଚଢ଼ାଉ 

Advertisment
ଭବାନୀପାଟଣା : ବାଲି ଚୋରା ଚାଲାଣ ବେଳେ ପ୍ରଶାସନ ପକ୍ଷରୁ ଚଢ଼ାଉ 
ଭବାନୀପାଟଣା : ଆଜି ଭବାନୀପାଟଣା ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗ ଙ୍କ ନେତୃତ୍ୱ ରେ ସହରର ବିଭିନ୍ନ ଛକରେ ବାଲି  ଚୋରା ଚାଲାଣ କରୁଥିବା ବେଳେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ରେ ୮ ଟି ଟ୍ରାକ୍ଟର ଜବତ କରି ଫାଇନ ବାବଦକୁ ୭୮୦୦୦ ଟଙ୍କା ଜୋରିମାନା ଆଦାୟ କରା ଯାଇଥିଲା । ଏହି ଚଢ଼ାଉ ପରେ ଟ୍ରାକ୍ଟର ମାଲିକ ମାନଙ୍କ ମଧ୍ୟରେ ଛନକା ପଶିଯାଇଛି । ଏମିତି ଚଢ଼ଉ ଆଗକୁ ମଧ୍ୟ ଜାରି ରହିବ ବୋଲି ତହସିଲଦାର ଶ୍ରୀ ନାଗ ପ୍ରକାଶ କରିଛନ୍ତି । ଆଜି ର ଏହି ଚଢ଼ାଉ ଅତିରିକ୍ତ ତହସିଲଦାର ଭୋଳାନାଥ ମାଝୀ ଓ ସୁଦର୍ଶନ ରାଉତ ତଥା ସୁଶାନ୍ତ ମୁଣ୍ଡ ପମୁଖ ସହଯୋଗ କରିଥିଲେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe