କନ୍ଧମାଳ: ବାରିକିଆରେ ରେଣ୍ଡୋ ମାଝୀଙ୍କ ୧୬୩ତମ ସହିଦ ଦିବସ ପାଳିତ

Advertisment
କନ୍ଧମାଳ: ବାରିକିଆରେ ରେଣ୍ଡୋ ମାଝୀଙ୍କ ୧୬୩ତମ ସହିଦ ଦିବସ ପାଳିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ବିପ୍ଲବୀ ଆଦିବାସୀ ନେତା ରେଣ୍ଡୋ ମାଝୀଙ୍କ ଜନ୍ମ ସ୍ଥାନ ଘୋଷଣା କରିବା ସହ ଏଠାରେ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଦାବୀ ଜୋର ଧରିଛି।

ରେଣ୍ଡୋ ମାଝୀଙ୍କ ୧୬୩ତମ ସହିଦ ଦିବସ ପାଳନ ଅବସରରେ ସୋମବାର ବାଲିଗୁଡା ବ୍ଲକର ମିଡ଼ିଆକିଆ ପଞ୍ଚାୟତର ବାରିକିଆ ଠାରେ ଏକ ସ୍ମତି ସଭା ଅନୁଷ୍ଠିତ ହୋଇ ଯାଇଛି। ଗ୍ରାମର ଜାହନ ଦିଗଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମତି ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲାର ସଂଗ୍ରାମୀ ନେତା ନେତ୍ର ମାନ ସେଠ ଯୋଗ ଦେଇ ରେଣ୍ଡୋ ମାଝୀଙ୍କ ସମ୍ପର୍କରେ ଇତିହାସର ମୁକସାକ୍ଷୀ ବୀର ପୁରୁଷର ଜନ୍ମ ସ୍ଥାନ ପ୍ରତି ସରକାର ଦୀର୍ଘ ବର୍ଷ ଅବହେଳା କରି ଆସିଛି। ଆଉ ବରଦାସ୍ତ କରା ଯିବ ନାହିଁ।

ଏହି ଆନ୍ଦୋଳନକୁ ଜୋରଦାର କାରିବାକୁ ପଡିବ। ଜନ୍ମ ସ୍ଥାନକୁ ଇତିହାସ ପୃଷ୍ଠାରେ ସ୍ଥାନ ଦେବୁକୁ ପଡିବ ଓ ସେଠାରେ ପତିମୁର୍ତ୍ତି ପ୍ରତିଷ୍ଠ କାରିବାକୁ ପଡିବ ବୋଲି ଦାବି ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ତଥା କବି ରବୀନ୍ଦ୍ର ରଥ, ସମ୍ମାନୀତ ଅତିଥି ଆଇନଜୀବୀ ଅନିଲ ଦାଶ, ଅବସରପ୍ରାପ୍ତ ଶିକ୍ଷକ ବେଣୁ ମାଝୀ, ସାମୁଏଲ ନାୟକ, ବିପ୍ର ଚରଣ ପ୍ରଧାନ, ରାଜୀବ ମଳିକ, ସୂର୍ଯ୍ୟ ନାୟକ, ଧନେଶ୍ୱର ନାୟକ ପ୍ରମୁଖ ଯୋଗ ଦେଇ ଥିଲେ। ଆକବର ଦିଗଲ ସଭା ପରିଚାଳନା କରିବା ସହ ଅତିଥି ପ୍ରଦାନ କରିଥିଲେ। ଏହି ଦାବୀ ନେଇ ଜିଲ୍ଲାପାଳଙ୍କୁ ଖୁବ ଶୀଘ୍ର ଭେଟି ଦାବୀ କରାଯିବ ବୋଲି କହିଛନ୍ତି ଶ୍ରୀ ମାନସେଠ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe