ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

Advertisment
ଛାତ୍ରାବାସରୁ ଝୁଲନ୍ତା ମୃତଦେହ ଜବତ

Image Courtesy of NDTV

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ଥାନା ମୋଟେର ଫାଣ୍ଡି ଅନ୍ତର୍ଗତ ଚାରବାହାଲ ପଞ୍ଚାୟତର ଘୁମରଗୁଡ଼ା ଗାଁ’ ନିକଟରେ ଥିବା ଏକ ଗଛରୁ ସୋମବାର ଜଣେ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ତେବେ ପାରିପାରିର୍ଶ୍ବି ସ୍ଥିତିରୁ ପୁଲିସ୍‌ ଏହା ଆତ୍ମହତ୍ୟା ବୋଲି କହୁଥିବା ବେଳେ କାରଣ ଜଣାପଡ଼ି ନାହିଁ। ମୃତକ ଉକ୍ତ ଗାଁ’ର ଭୁବନେ ଘି’ଙ୍କ ପୁଅ ଖଗେଶ୍ବର ଘି’ (୨୫ ବର୍ଷ) ବୋଲି ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁସାରେ ଖଗେଶ୍ବର ରବିବାର ଅପରାହ୍ନରେ ଘରୁ ବାହାରି ଆଉ ଫେରି ନଥିଲେ।

ସୋମବାର ସକାଳୁ ଭୁବନେଙ୍କ ଜମି ନିକଟ ଏକ କାଜୁ ବାଦାମ ଗଛରେ ଖଗେଶ୍ବରଙ୍କ ଶବ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖି ପରିବାରକୁ ଖବର ଦେଇଥିଲେ। ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିବା ପରେ ଫାଣ୍ଡିକୁ ସୂଚନା ଦେଇଥିଲେ। ପରେ ପୁଲିସ ପହଞ୍ଚି ଶବ ଜବତ କରି କୋକସରା ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ତେବେ ମୃତ୍ୟୁର ସଠିକ କାରଣ ଜଣାପଡ଼ି ନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ କହିଛନ୍ତି। ଏ ନେଇ ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe